Masthead

ଫସିଲା ଟ୍ୱିଟର, ପଢ଼ନ୍ତୁ ପୂରା ଖବର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏହା ଭାରତର ମୁକୁଟ ମଧ୍ୟ । ଯେକୌଣସି ପରିସ୍ଥିତିରେ ଏହି ଉପତ୍ୟକାକୁ କେହି ଭାରତରୁ ଅଲଗା କରିପାରିବେ ନାହିଁ । ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ମନ୍ତବ୍ୟ ନୁହେଁ , ପ୍ରତିଟି ଭାରତୀୟର ଅନ୍ତରର ଅଭିବ୍ୟକ୍ତି । କିନ୍ତୁ କିଛି କୁଚକ୍ରି ଜାମ୍ମୁ-କାଶ୍ମୀରକୁ ନେଇ ଦେଉଥିବା ମନ୍ତବ୍ୟକୁ କୌଣସି ଭାରତୀୟ ସହଜରେ ହଜମ କରିପାରୁନାହାନ୍ତି ।

ଗତ ରବିବାର ଭୁଲ କରିବସିଥିଲା ଟ୍ୱିଟର । ଜାମ୍ମୁ-କାଶ୍ମୀର ଭାରତର ନୁହେଁ, ଚୀନ ବୋଲି ଟ୍ୱିଟର ଉଲ୍ଲେଖ କରିଥିଲା । ଭାରତୀୟ ମ୍ୟାପକୁ କରିଥିଲା କଦର୍ଯ୍ୟ । କେନ୍ଦ୍ର ସରକାରଙ୍କ ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ଏଭଳି ଗୁରୁତର ତ୍ରୁଟିର କରିଛି ଘୋର ବିରୋଧ । ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ଅୟଜ ସାୱନି ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସିଙ୍କୁ କଡା ଭାଷାରେ ଚିଠି ଲେଖିଛନ୍ତି । ଭାରତର ସାର୍ବଭୌମ୍ୟ ପ୍ରତି ଆଞ୍ଚ ଆସିଲେ ନୂଆଦିଲ୍ଲୀ ବରଦାସ୍ତ କରିବ ନାହିଁ । ତ୍ରୁଟି ତୁରନ୍ତ ସଂଶୋଧନ କରିବା ପାଇଁ ସଚିବ ଅୟଜ ସାୱନି ତାଙ୍କ ଚିଠିରେ ସ୍ପଷ୍ଟ କରିଛନ୍ତି ।

ଭାରତର ଉଦବେଗ ଦେଖି ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସି ଅଡୁଆରେ ପଡିଯାଇଛନ୍ତି । ସେ କହିଛନ୍ତି ରବିବାର ଦିନ ଏହି ବୈଷୟିକ ସମସ୍ୟା ଉପରେ ଅବଗତ ହେଲୁ । ଏହାର ଚତୁର୍ଦ୍ଦିଗରେ ଥିବା ସମ୍ବେଦନଶୀଳତାକୁ ଆମେ ବୁଝିଛୁ ଏବଂ ଏହାକୁ ସମ୍ମାନ କରୁ । ସମ୍ପୃକ୍ତ ଜିଓଟ୍ୟାଗ୍ ସମସ୍ୟାରେ ଅନୁସନ୍ଧାନ ଏବଂ ସମାଧାନ ପାଇଁ ଆମର ଏକ ଟିମ୍ ଶୀଘ୍ର କାର୍ଯ୍ୟ କରୁଛି ବୋଲି କହିଛନ୍ତି ଟ୍ୱିଟର ମୁଖପାତ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି