ବନ୍ଧାହେଲେ ୩୦ ଟଙ୍କିଆ ଦାଦା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କମିଶନରେଟ୍ ପୋଲିସ ‘ଦାଦା ବଟିକୁ ନା’ଅପରେସନ ଚାଲୁ ରହିଛି । କମିଶନରେଟ୍ ପୋଲିସ ଅଧୀନରେ ଯାଉଥିବା ଅଞ୍ଚଳରୁ ଧରା ହେଉଛନ୍ତି ଦାଦା । ବୁଧବାର ୩୦ ଟଙ୍କା ଦାଦା ବଟି ମାଗି ଗିରଫ ହୋଇଛନ୍ତି ବିବୁନା ରାଉତ । ପୋଲିସ ବିବୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମଙ୍ଗଳବାର ରାତିରେ ବାଲିଅନ୍ତା ଥାନା ଅଞ୍ଚଳର ଟ୍ରକ ଡ୍ରାଇଭର ସାଲୁ ପ୍ରଧାନ ଗାଡି ନେଇ ଆସୁଥିଲେ । ମୁଣ୍ଡମୁହାଣ ଛକରେ ବିବୁନା ଟ୍ରକ ଅଟକାଇ ସାଲୁଙ୍କୁ ବଟି ମାଗିଥିଲା । ସାଲୁ ବିବୁନାଙ୍କୁ ୩୦ ଟଙ୍କା ଦେଇ ଘଟଣାସ୍ଥଳରୁ ଚାଲି ଆସିଥିଲେ ।ବାରଙ୍ଗ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ସାଲୁ । ପୋଲିସ ଏକ ମାମଲା ରୁଜୁ କରିଥିଲା । ବିବୁନା ପ୍ରଥମେ ଫେରାର ହୋଇଯାଇଥିଲା । ପରେ ପୋଲିସ ବିବୁନାଙ୍କୁ ଧରିବାରେ ସଫଳ ହୋଇଛି । ଅନ୍ୟ ଟ୍ରକଠାରୁ ଆଦାୟ କରି ରଖିଥିବା ୫୧୦ ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଜବତ କରିଛି ପୋଲିସ । ବୁଧବାର ବିବୁନାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!