Masthead

ବନ୍ଧାହେଲେ ୩୦ ଟଙ୍କିଆ ଦାଦା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କମିଶନରେଟ୍ ପୋଲିସ ‘ଦାଦା ବଟିକୁ ନା’ଅପରେସନ ଚାଲୁ ରହିଛି । କମିଶନରେଟ୍ ପୋଲିସ ଅଧୀନରେ ଯାଉଥିବା ଅଞ୍ଚଳରୁ ଧରା ହେଉଛନ୍ତି ଦାଦା । ବୁଧବାର ୩୦ ଟଙ୍କା ଦାଦା ବଟି ମାଗି ଗିରଫ ହୋଇଛନ୍ତି ବିବୁନା ରାଉତ । ପୋଲିସ ବିବୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମଙ୍ଗଳବାର ରାତିରେ ବାଲିଅନ୍ତା ଥାନା ଅଞ୍ଚଳର ଟ୍ରକ ଡ୍ରାଇଭର ସାଲୁ ପ୍ରଧାନ ଗାଡି ନେଇ ଆସୁଥିଲେ । ମୁଣ୍ଡମୁହାଣ ଛକରେ ବିବୁନା ଟ୍ରକ ଅଟକାଇ ସାଲୁଙ୍କୁ ବଟି ମାଗିଥିଲା । ସାଲୁ ବିବୁନାଙ୍କୁ ୩୦ ଟଙ୍କା ଦେଇ ଘଟଣାସ୍ଥଳରୁ ଚାଲି ଆସିଥିଲେ ।ବାରଙ୍ଗ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ସାଲୁ । ପୋଲିସ ଏକ ମାମଲା ରୁଜୁ କରିଥିଲା । ବିବୁନା ପ୍ରଥମେ ଫେରାର ହୋଇଯାଇଥିଲା । ପରେ ପୋଲିସ ବିବୁନାଙ୍କୁ ଧରିବାରେ ସଫଳ ହୋଇଛି । ଅନ୍ୟ ଟ୍ରକଠାରୁ ଆଦାୟ କରି ରଖିଥିବା ୫୧୦ ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଜବତ କରିଛି ପୋଲିସ । ବୁଧବାର ବିବୁନାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ