Masthead

କାଳ ହେଲା କଳି

ଦଶରଥପୁର, (ବଡ଼ ଖବର ବ୍ୟୁରୋ): ଘରୋଇ କଳିର କରୁଣ ପରିଣତି । କାଳ ହେଲା କଳି । ଆତ୍ମହତ୍ୟା କଲେ ଯୁବକ । ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ ଶୁଶୁଆ ପଞ୍ଚାୟତ ଈଶ୍ୱରପୁରେ ଘଟିଛି ଅଭାବନୀୟ ଘଟଣା । ଗାଁର ସନ୍ତୋଷ କୁମାର ବାଇ ରେଳଧାରଣାରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି । ସନ୍ତୋଷଙ୍କ ମୃତ୍ୟୁକୁ ନେଇ ପରିବାରରେ ଖେଳିଯାଇଛି ଶୋକର ଛାୟା ।

ସନ୍ତୋଷଙ୍କ ପରିବାର କହିଲେ ୨ଝିଅ, ପୁଅ ଓ ସ୍ତ୍ରୀ । ଘରୋଇ କମ୍ପାନୀରେ ଚାକିରି କରି ପରିବାର ଚଳାଉଥିଲେ । କରୋନାରେ ଚାକିରି ହରାଇ ଘରକୁ ଚାଲି ଆସିଥିଲେ ସନ୍ତୋଷ । ରୋଜଗାର ନ ଥିବାରୁ ପରିବାର ଚଳାଇବା କଷ୍ଟ ହେଉଥିଲା । ଯାହାକୁ ନେଇ ପ୍ରତିଦିନ ପରିବାରରେ ଲାଗି ରହୁଥିଲା କଳି । ସୋମବାର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ହଠାତ ନିଖୋଜ ହୋଇଯାଇଥିଲେ ସନ୍ତୋଷ । ପରିବାର ଲୋକେ ବନ୍ଧୁ ଘର ଓ ପାଖ ଆଖରେ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କ ସନ୍ଧାନ ମିଳି ନ ଥିଲା । ପରିବାର ଲୋକେ ମଙ୍ଗଳପୁର ଥାନାରେ ଏ ନେଇ ଏତଲା ଦେଇଥିଲେ । ଜଳେଶ୍ୱର ରେଳ ଧାରଣାରେ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କରିଥିଲା ରେଲୱେ ପୋଲିସ । ପରିବାର ଲୋକଙ୍କୁ ଖବର ଦେବା ପରେ ଖେଳିଯାଇଛି ଶୋକର ଛାୟା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର