Masthead

ତିନିଦିନ ପରେ ନିଖୋଜ ଯୁବକଙ୍କ ଗଳିତଶବ ଉଦ୍ଧାର

ବାଲିଗୁଡା, (ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜ଼ିଲ୍ଲା ସାରଙ୍ଗଗଡ଼ରେ ଚାଞ୍ଚଲ୍ୟ । ଗତ ୧୪ ତାରିଖରୁ ନିଖୋଜ ଯୁବକଙ୍କ ଗଳିତଶବକୁ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ କଲୋନୀ ସାହିର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି । ଶବ ଉଦ୍ଧାର କରି ପୋଲିସ ଏହାର ତଦନ୍ତ ଚଳାଇଛି । ଘଟଣା ସ୍ଥଳରେ ଉଦୟଗିରି ଏସଡ଼ିପିଓ ଡ଼ି କେ ଆର ପଟ୍ଟନାୟକ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛନ୍ତି । ମୃତକ ଜଣକ ହେଲେ ବାହାଡାପଦାର ୨୧ ବର୍ଷୀୟ କଲେଜ ଛାତ୍ର ଶରଣପଞ୍ଜର ନାୟକ ବୋଲି ଜଣାପଡିଛି ।

ଗତ ୧୪ ତାରିଖ ଦିନ ଶରଣପଞ୍ଜରଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା । ଜେଜେମାଙ୍କ ଶବଦାହ କରିବାକୁ ଯାଇ ଆଉ ସେ ଘରକୁ ଫେରିନ ଥିଲେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ସନ୍ଧାନ ନ ମିଳିବାରୁ ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଶୁକ୍ରବାର ସନ୍ଧ୍ୟାରେ ପରିବାର ଲୋକେ କୂଅରେ ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । କଲୋନୀ ସାହିର ହରି ଶଙ୍କର ପାତ୍ରଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପୋଲିସ ପ୍ରାଥମିକ ତଦନ୍ତରେ ଅନେକ ସୁରାକ ପାଇଥିବା ସୂଚନା ମିଳିଛି । ଏହି ହତ୍ୟାକାଣ୍ଡ ପ୍ରେମ ଜନିତବୋଲି ସାଧାରଣରେ ଅନୁମାନ କରାଯାଉଛି । କେଉଁଥି ପାଇଁ ଏହି ଘଟଣା ଘଟିଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଏବଂ ପୋଲିସର ଅଧିକ ତଦନ୍ତ ପରେ ସବୁକିଛି ସ୍ପଷ୍ଟହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ