Masthead

ମଦ କମ୍ପାନୀ ସମ୍ମୁଖରେ ଆମରଣ ଅନଶନ

ଆଠଗଡ, (ବଡ଼ ଖବର ବ୍ୟୁରୋ): ମତ୍ସ୍ୟପୁର ଗ୍ରାମର ଜମିହରା ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାୟୀ ନିଯୁକ୍ତି ଓ ୮ ଦଫା ଦାବୀନେଇ ମତ୍ସ୍ୟପୁର ଗ୍ରାମବାସୀଙ୍କ ବ୍ଲୁମ କ୍ରାପ୍ଟସ ମଦ କମ୍ପାନୀ ସମ୍ମୁଖରେ ଆମରଣ ଅନଶନରେ ବସଛନ୍ତି। ଆଠଗଡ଼ ବ୍ଲକ ରାଧାକିଶୋରପୁର ପଞ୍ଚାୟତ ମତ୍ସ୍ୟପୁର ଠାରେ ୨୦୧୬ ମସିହାରେ ସ୍ଥାପିତ ହୋଇଥିବା ବ୍ଲୁମ କ୍ରାପ୍ଟସ କମ୍ପାନୀ ଜମି ଅଧିଗ୍ରହଣ ସମୟରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସ୍ଥାନୀୟ ଲୋକେ ମଧ୍ୟ ସେଠାରେ ନିଯୁକ୍ତି ପାଇବେ ବୋଲି ବହୁତ ଖୁସି ଥିଲେ। କିନ୍ତୁ କମ୍ପାନୀ ଚାଲୁ ହେବାର ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ କୈଣସି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇନାହିଁ। କମ୍ପାନୀ ମନମୁଖୀ କରି ବାହାର ଲୋକଙ୍କୁ ନିଯୁକ୍ତି ଦେଉଥିବା ବେଳେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଉନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଗ୍ରାମବାସୀଙ୍କୁ ପ୍ରତ୍ୟାଖାନ କରି ଚାଲିଛି ଏହି କମ୍ପାନୀ।

ସ୍ଥାୟୀ ନିଯୁକ୍ତିକୁ ନେଇ ଗ୍ରାମବାସୀ ବାରମ୍ବାର ଧାରଣା ଅନଶନ କରିବା ପରେ ତତ୍କାଳୀନ କମ୍ପାନୀ ପରିଚାଳକ ଦୁଇବର୍ଷ ତଳେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୈଣସି ପ୍ରତିଶ୍ରୁତି କମ୍ପାନୀ ପାଳନ କରିନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଯୋଗ୍ୟତା ଅନୁସାରେ ୭୫ ପ୍ରତିଶତ ସ୍ଥାୟୀ ନିଯୁକ୍ତି, ଗ୍ରାମରେ ମନ୍ଦିର ନିର୍ମାଣ, ବିଦ୍ୟାଳୟରେ ଖେଳପଡିଆ ନିର୍ମାଣ, ପୋଖରୀର ପୁନରୁଦ୍ଧାର, ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ଜଳ ଯୋଗାଣ ପରି କିଛି ଦାବି ଗ୍ରାମବାସୀ ରଖିଥିବା ବେଳେ କମ୍ପାନୀ କୈଣସି ବି ଗୋଟିଏ ଦାବି ପୂରଣ କରିନାହିଁ। ଫଳରେ ଆଜି ସମସ୍ତ ଗ୍ରାମବାସୀ କୋରୋନା କଟକଣାକୁ ମାନି କମ୍ପାନୀ ଫାଟକ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଯେ ପର୍ୟ୍ୟନ୍ତ ସେମାନଙ୍କର ଦାବି ପୂରଣ ନ ହୋଇଛି ସେ ପର୍ୟ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ