Masthead

କୋଣାର୍କ ପୋଲିସକୁ ବଡ ସଫଳତା

କୋଣାର୍କ, (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଢି ଚାଲିଥିବା ଲୁଟ ଓ ଆତଙ୍କ ପାଇଁ ଚିନ୍ତାରେ ପୋଲିସ ବିଭାଗ। ଜନସାଧାରଣଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପୋଲିସ ବିଭାଗକୁ ଦିନ ଦ୍ୱିପ୍ରହରରେ ଲୁଟ୍ ତରାଜ ଚଳାଉଥିବା ଲୁଟେରାଙ୍କୁ ଧରିବା ଏବେ ଚ୍ୟାଲେଞ୍ଜ ସାଜିଛି । ଏପରି ଏକ ଲୁଟେରା ଗ୍ୟାଙ୍ଗଙ୍କୁ ସଫଳତାର ସହ ଧରି ଏବେ ଚର୍ଚ୍ଚାରେ କୋଣାର୍କ ପୋଲିସ। ଗତ ୧୨ ତାରିଖ ଦିନ ୨ଟା ରେ ନିଜ ପରିବାର ସହ କୋଣାର୍କ ବୁଲିବାକୁ ଆସିଥିବା ଭୁବନେଶ୍ୱର ବାସିନ୍ଦା ପ୍ରଶାନ୍ତ ବୁଦ୍ଧି ନାମକ ଜଣେ ବ୍ୟକ୍ତି ଚନ୍ଦ୍ରଭାଗା ନିକଟରେ ରାସ୍ତା କଡରେ ନିଜ ଗାଡି ପାର୍କ କରି ବୁଲିବାକୁ ଯାଇଥିଲେ। ବୁଲି ଆସିବା ପରେ ଦେଖିଲେ ତାଙ୍କ ଗାଡିର କାଚ ଭାଙ୍ଗି କେହି ଦୁର୍ବୁତ୍ତ ଅନେକ ଗୁଡିଏ ଆସବାବପତ୍ର ଚୋରି କରି ନେଇଯାଇଥିଲେ। ଏହାପରେ ସେ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ନିଜର ଏକ ସ୍ଵତନ୍ତ୍ର ଟିମ ସହ ଦୁଇ ଦିନ ଧରି ଲଗାତାର ଭାବେ ଅନେକ ଗୁଡିଏ ସ୍ଥାନରେ ଛାପା ମାରୁଥିଲେ।

ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କ ଘରେ ଆଜି ଦିନରେ କୋଣାର୍କ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୩ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଗୋଟିଏ ଲାପଟପ, ଆଇଫୋନ, ଏଆରପଟ, ପାୱାର ବ୍ୟାଙ୍କ, ଡ଼ଙ୍ଗଲ, ମୋବାଇଲ ଚାର୍ଜର, ଲ୍ୟାଣ୍ଡ କେବଲ, ଆମେରିକାନ ଟୁରିଷ୍ଟର ବ୍ୟାଗ, ଚାବି, ନଗଦ ୧୪,୫୦୦ ଟଙ୍କା, ପର୍ସ, ପ୍ୟାନ, ଡେବିଟ,କ୍ରେଡିଟ କାର୍ଡ, ଡିଏଲ, କ୍ରେଡିଟ କାର୍ଡ, ଡେବିଟ କାର୍ଡ, ଆଧାର କାର୍ଡ ଏବଂ ଏକ ହୋଣ୍ଡା ଅଭିଏଟର ଗାଡି ଜବତ କରାଯାଇଛି। ଅଭିଯୁକ୍ତ ୩ ଜଣ ହେଲେ ଅଜୟ ପାତ୍ର, ଶୁଭେନ୍ଦ୍ର ମହାନ୍ତି, ଚନ୍ଦନ ନାୟକ ବୋଲି ଜଣା ପଡିଛି। ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ କେଶ ନମ୍ବର 128 ରେ ଦଫା U/S 379 IPC ରେ କୋର୍ଟ ଚାଲାଣ କରାଯାଇଛି ବୋଲି କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ