Masthead

ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ଅତିକ୍ରମ କରିଛି ଗଭୀର ଅବପାତ

ଓଡ଼ିଶାରେ ବର୍ଷା

ଭୁବନେଶ୍ୱର, ୧୩/୧୦(ବଡ଼ ଖବର ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚା ଗଭୀର ଅବପାତରେ ପରିଣତ ହୋଇ ଆଜି ସକାଳେ ସ୍ଥଳଭାଗ ଛୁଇଁଛି । ଆନ୍ଧପ୍ରଦେଶର କାକିନାଡ଼ା ଅଞ୍ଚଳ ଦେଇ ଏହା ଅତିକ୍ରମ କରିଛି । ପୂର୍ବରୁ ଗଭୀର ଅବପାତ ଓଡ଼ିଶା ଛୁଇଁ ଯିବ ବୋଲି ଆକଳନ କରାଯାଇଥିଲା । ମାତ୍ର ଏହାର ଗତିପଥ ପରିବର୍ତ୍ତନ ଯୋଗୁ ଏହା ଓଡ଼ିଶା ଠାରୁ ଦୂରେଇ ଯାଇଛି ।

ତଥାପି ଓଡ଼ିଶା ଉପରେ ଏହାର ବେଶ ପ୍ରଭାବ ପଡ଼ିଛି । ଗଭୀର ଅବପାତ ପ୍ରଭାବରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଜଗତସିଂହପୁର ଜିଲ୍ଳାରେ ପ୍ରବଳ ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ମେଘ ଢ଼ାଙ୍କି ରଖିଛି । ରାଜଧାନୀରେ ସକାଳୁ ବର୍ଷା ଲାଗି ରହିଛି । ମେଘୁଆ ପାଗ ମଧ୍ୟ ରହିଛି । ତେବେ ଗଞ୍ଜାମ, ଗଜପତିରେ ବର୍ଷା ଜାରି ରହିଛି ।

ଗଜପତିରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନର ଭୟ ରହିଛି । ପ୍ରଶାସନ ସେଥିପାଇଁ ଆଗୁଆ ପ୍ରସ୍ତୁତି କରିଛି । ସମ୍ଭାବ୍ୟ ଭୂସ୍ଖଳନ ସ୍ଥାନରୁ ୫ଶହ ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନକୁ ନେଇ ଯାଇଛି । ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ