Masthead

ଗିନିଜ ବିଶ୍ୱ ରେକର୍ଡ କଲା ଅଯୋଧ୍ୟା ଦୀପୋତ୍ସବ

ଏକାସାଙ୍ଗରେ ଜଳିଲା ୨୪ ଲକ୍ଷ ଦୀପ, ଝଲସିଲା ଅଯୋଧ୍ୟା

ଉତ୍ତରପ୍ରଦେଶ(ବଡ଼ ଖବର ବ୍ୟୁରୋ): ଝଲସିଲା ଅଯୋଧ୍ୟାର ସରଜୁ ତଟ । ଏକାସାଙ୍ଗରେ ଜଳିଲା ୨୪ ଲକ୍ଷ ଦୀପ । ସରଜୁ ନଦୀର ୫୧ଟି ଘାଟରେ ଏକାଠି ଜଳିଲା ୨୪ ଲକ୍ଷ ଦୀପ । ଏହା ବିଶ୍ୱ ରେକର୍ଡ ବୋଲି କୁହାଯାଉଛି । ତ୍ରେତୟା ଯୁଗରେ ୧୪ ବର୍ଷ ବନବାସ ପରେ ଯେତେବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାକୁ ଫେରିଥିଲେ, ସେତେବେଳେ ଖୁସିରେ ଘରେ ଘରେ ଦୀପ ଜାଳିଥିଲେ ଏହି ପୌରାଣିକ ନଗୀରର ନରନାରୀ । ଆସନ୍ତାବର୍ଷ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ, ଚଳିତବର୍ଷର ଦୀପୋତ୍ସବକୁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଅତ୍ୟନ୍ତ ବିଶାଳ ଆକାରରେ ଆୟୋଜନ କରାଯାଇଛି । ଏହି ଅବସରରେ ଲେଜର ଲାଇଟ୍ ସୋ, ବିରାଟ ଏଲଇଡିରେ ରାମାୟଣ ପ୍ରଦର୍ଶନ ଏବଂ ଦେଶର ବିଭିନ୍ନ ପ୍ରାନ୍ତର ଭାଷା, କଳା ଓ ସଂସ୍କୃତି ବି ପ୍ରଦର୍ଶିତ ହୋଇଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରଜୁ ତଟରେ ଆରତୀରେ ଅଂଶ ଗ୍ରହଣ କରିଥିଲେ । ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉଭୟ ଉପମୁଖ୍ୟମନ୍ତ୍ରୀ, ୫୨ଟି ଦେଶର ଅନେକ ମନ୍ତ୍ରୀ ଏବଂ ରାଷ୍ଟ୍ରଦୂତ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୀପୋତ୍ସବ କେବଳ ଉତ୍ତରପ୍ରଦେଶ ଏବଂ ଅଯୋଧ୍ୟା ପାଇଁ ଏକ ବଡ଼ ଘଟଣା ନୁହେଁ, ବରଂ ପ୍ରଧାନମନ୍ତ୍ରୀଙ୍କ ଏକ ଭାରତ ଶ୍ରେଷ୍ଠ ଭାରତର ଏକ ଅନନ୍ୟ ଆୟୋଜନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ