Before Header

ରାଜ୍ୟରେ ୧ଲକ୍ଷ ପାର କଲା ସକ୍ରିୟ ମାମଲା

0 30

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ରାଜ୍ୟ ସଂକ୍ରମଣରେ ସାମାନ୍ୟ ହ୍ରାସ । ଆଜି ରାଜ୍ୟରେ ୧୦ହଜାର ୬୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୫୯୬୫, ଲୋକାଲ କେସ୍ ୪୬୮୪ ରହିଛି । ସେପଟେ ଆକ୍ଟିଭ କେସ୍ ପାର କରିଛି ୧ଲକ୍ଷ । ରାଜ୍ୟରେ ଆକ୍ଟିଭ କେସ୍ ରହିଛି ୧ଲକ୍ଷ ୩୧୩ । ଖୋର୍ଦ୍ଧାରୁ ସର୍ବାଧିକ ୧୫୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟରେ ରହିଛି କଟକ । କଟକରୁ ୯୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୭୪, କଳାହାଣ୍ଡିରୁ ୨୬୩, ସମ୍ବଲପୁରରୁ ୪୯୪, ଅନୁଗୁଳରୁ ୫୫୭, ବରଗଡ଼ରୁ ୩୯୧, ବାଲେଶ୍ୱରରୁ ୫୦୩, ଭଦ୍ରକରୁ ୨୧୬, ପୁରୀରୁ ୩୩୫, ଷ୍ଟେଟ ପୁଲରୁ ୨୬୭, ଯାଜପୁରରୁ ୩୦୭,ଗଞ୍ଜାମରୁ ୨୪୫, ଝାରସୁଗୁଡାରୁ ୩୬୮, ନୂଆପଡାରୁ ୩୩୧, ନବରଙ୍ଗପୁରରୁ ୨୦୭, ବଲାଙ୍ଗିରରୁ ୧୯୮, ମୟୁରଭଞ୍ଜରୁ ୪୦୪, ରାୟଗଡାରୁ ୧୬୩, ନୟାଗଡରୁ ୩୫୭, କେନ୍ଦ୍ରପଡାରୁ ୧୮୫, କେନ୍ଦୁଝରରୁ ୧୭୫, ଜଗତସିଂହପୁରରୁ ୨୭୮, ସୋନପୁରରୁ ୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଢେଙ୍କାନାଳରୁ ୨୨୦, କୋରାପୁଟରୁ ୧୬୪, ବୌଦ୍ଧରୁ ୨୩୨, ଗଜପତିରୁ ୧୦୪, କନ୍ଧମାଳରୁ ୬୯, ମାଲକାନାଗିରିରୁ ୪୮, ଦେବଗଡରୁ ୧୧୨ଜଣ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୭୬ହଜାର ୨୯୭ରେ ପହଞ୍ଚିଛି । । ସୁସ୍ଥ ହେଲେଣି ୪ଲକ୍ଷ ୭୩ହଜାର ୬୮୦ଜଣ । ସେପଟେ ଆଜି ପୁଣି ରାଜ୍ୟରେ ୧୯ ଜଣଙ୍କ ଜୀବନ ନେଇଛି କରୋନା । ଅନୁଗୁଳରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ, ସୁନ୍ଦରଗଡ଼ରୁ ୨ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, ଜଗତସିଂହପୁର, ଖୋର୍ଦ୍ଧା, ମାଲକାନାଗିରି, ନୂଆପଡା, ରାୟଗଡ଼ା, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୨୨୫୧କୁ ବୃଦ୍ଧି ।

Leave A Reply

Your email address will not be published.