Masthead

ଅନ୍ଧାର ଉପରେ ଆଲୋକର ବିଜୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଆଲୋକର ପର୍ବ ଦୀପାବଳୀ । ଚଳଚଂଚଳ ଗାଁ ଠୁ ସହର । ଆଜିର ପବିତ୍ର ଦିନରେ ପିତୃପୁରୁଷଙ୍କ ସ୍ମରଣ କରି ବଡ଼ ବଡିଆ ଡକା ହେବ । ଭାରତୀୟ ସଂସ୍କୃତିରେ ଧାର୍ମିକ, ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୀପ ଜାଳିବାର ଏକ ପରମ୍ପରା ଅଛି। ସାକ୍ଷୀ ଭାବରେ ଅଗ୍ନିଦେବଙ୍କ ଉପସ୍ଥିତିରେ କରାଯାଇଥିବା ଯେକୌଣସି ଶୁଭ କାର୍ଯ୍ୟ ସଫଳ ହୁଏ ବୋଲି ଦୀପ ପ୍ରଜ୍ୱଳିତ ହୁଏ। ହିନ୍ଦୁ ସଂସ୍କୃତି ଅନୁଯାୟୀ ଏହି ପର୍ବର ରହିଛି ଏକ ସ୍ୱତନ୍ତ୍ର ବିଶେଷତ୍ୱ । ରହିଛି ଏକ ପାରମ୍ପରିକ କାହାଣୀ । ଏ କାହାଣୀ ହେଉଛି ଯୁଗର ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର । କାହାଣୀ ଅଯୋଧ୍ୟାବାସୀଙ୍କ ଆନନ୍ଦର ।

ସେହି ସମୟର କଥା ଯେତେବେଳେ ଅଯୋଧ୍ୟା ରାଜକୁମାର ମାତା କୈକେୟୀଙ୍କ ଆଦେଶରେ ଖୁସି ଖୁସି ଆପଣେଇଥିଲେ ବନବାସର ଯାତ୍ରା । ହେଲେ ତାଙ୍କର ଜଙ୍ଗଲ ଯାତ୍ରାକୁ ସହ୍ୟ କରିପାରିଲେନି ଅଯୋଧ୍ୟାବାସୀ । ସେମାନଙ୍କ ପାଇଁ ଯେମିତି ଚାରିଆଡେ ମାଡିଗଲା ଅନ୍ଧକାରର ଛାୟା । ଦୁଃଖରେ ବୁଡିଗଲା ପୂରା ରାଜ୍ୟ । ୧୪ ବର୍ଷର ବନବାସ ପରେ ଫେରିଥିଲେ ଅଯୋଧ୍ୟାକୁ । ସାଙ୍ଗରେ ଥିଲେ ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣ । ଅଯୋଧ୍ୟାବାସୀଙ୍କର ପ୍ରିୟ ରାଜକୁମାରଙ୍କ ଫେରିବା କଥା ଶୁଣି ରାଜ୍ୟରେ ଖେଳିଗଲା ଖୁସିର ମାହୋଲ । ଉସôାହ ପାଳିବାକୁ ପ୍ରସ୍ତୁତ ହେଲେ ରାଜ୍ୟବାସୀ । ହେଲେ ଯେଉଁଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ଫେରୁଥିଲେ ସେ ଦିନ ଥିଲା ଅମାବାସ୍ୟା । ଅନ୍ଧକାରର ରାତିରେ ସବୁଠି ଚାଲିଥିଲା ତମସାର ରାଜ୍ ।

ଯାହାକୁ ଦୂରେଇବା ପାଇଁ ତମସାର ସ୍ଥାନ ନେଇଥିଲା ଦୀପ ଶିଖାର ଉଜ୍ୱଳ ଆଲୋକ । ଘରେ ଘରେ ଜଳୁଥିଲା ଦ୍ୱୀପ । ଝଲସୁଥିଲା ସାରା ରାଜ୍ୟ । ପ୍ରଭୁଙ୍କ ଆଗମନକୁ ଉସôବ ରୂପେ ପାଳୁଥିଲେ ଅଯୋଧ୍ୟାବାସୀ । ଦୀପର ଶିଖା ନା କେବଳ ଦୀପରେ ଦେଖାଯାଉଥିଲା ତାହା ନୁହେଁ, ପ୍ରଜାଙ୍କ ମନରେ ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତା ଓ ଲକ୍ଷ୍ମଣଙ୍କ ପାଇଁ ଭକ୍ତିର ଉଜ୍ୱଳ ମଧ୍ୟ ଦାଉ ଦାଉ ହୋଇ ଝଲସୁଥିଲା । ଏହା ଥିଲା ସତ୍ୟର ଘର ପ୍ରତ୍ୟାବର୍ତ୍ତନ । ଯାହାକୁ ମନେ ପକାଇବା ପାଇଁ ଏହି ଦିନକୁ ଦୀପାବଳି ରୂପେ ପାଳନ କରାଯାଏ ।

ସେବେଠୁ ଏହାକୁ ଦୀପର ପର୍ବ ବୋଲି ବଡ଼ ଉସôାହର ସହ ପାଳନ କରାଯାଏ । ଏହା ସହ ଏହି ଦିନ ଲୋକେ ପୂର୍ବ ପୁରୁଷଙ୍କୁ ମଧ୍ୟ ପିଣ୍ଡ ଦେଇଥାନ୍ତି । ପୂରା ପରିବାର କାଉଁରିଆ କାଠି ଜାଳି ବଡ଼ ବଡ଼ିଆଙ୍କ ଉଦେ୍ଦଶ୍ୟରେ ପୂଜାର୍ଚ୍ଚନା କରିଥାନ୍ତି । ତେବେ ଦୀପାବଳିର ଏହି ପର୍ବ ପଛରେ ଥିବା ପୈରାଣିକ ଗାଥା ପ୍ରଭୁ ଶ୍ରୀରାମଙ୍କର ମହାନତାର ପ୍ରତୀକକୁ ମନେ ପକାଇଦିଏ । ସେପଟେ ଏଥର ଟୁଇନ ସିଟିରେ ରାତି ୧୦ ଟା ପରେ ଫୁଟାଇ ପାରିବେନି ବାଣ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସବୁଜ ବାଣ ଫୁଟାଇବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ପ୍ରଦୂଷିତ ବାଣ ଫୁଟା ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ