Masthead

ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦିଲ୍ଲୀ ବିସ୍ଫୋରଣ । ସାମ୍ନାକୁ ଆସିଲା ବ୍ଲାଷ୍ଟ ପୂର୍ବର ସିସିଟିଭି ଫୁଟେଜ। ଯେଉଁଥିରେ ନଜର ଆସିଛି ଦିଲ୍ଲୀ ବିସ୍ଫୋରଣ ଘଟଣା ସନ୍ଦିଗ୍ଧ ଯୁବକ ଉମର। ଆଇ୨୦ କାରରେ ବସିଥିବା ବେଳେ ସନ୍ଦିଗ୍ଧ ଯୁବକର ଫଟୋ ସାମ୍ନାକୁ ଆସିଛି । ସନ୍ଦିଗ୍ଧ ଯୁବକ ନୀଳ ଓ କଳାରଙ୍ଗର ଟି-ସାର୍ଟ ପିନ୍ଧିଥିବା ସିସିଟିଭିରେ ଦେଖାଯାଉଛି । ବିସ୍ଫୋରଣର ୩ ଘଣ୍ଟା ପୂର୍ବରୁ ଲାଲ୍ କିଲ୍ଲା ନିକଟରେ ପାର୍କିଂ ହୋଇଥିଲା ସଂପୃକ୍ତ କାର୍ । ଲାଲକିଲ୍ଲା ପାର୍କିଂରେ ୩ ଘଣ୍ଟା ଧରି ଥୁଆ ହୋଇଥିଲା ବିସ୍ଫୋରଣରେ ବ୍ୟବହୃତ ହୋଇଥିବା କାର୍ । ଗତକାଲି ଅପରାହ୍ନ ୩ଟା ୧୯ରେ କିଲର୍ ଆଇ-୨୦ ପ୍ରବେଶ କରିବା ସହିତ ସନ୍ଧ୍ୟା ୬ଟା ୪୮ ପର୍ୟ୍ୟନ୍ତ ସେଠାରେ ଛିଡ଼ା ହୋଇଥିଲା । ପରେ ସେଠାରୁ ଧୀର ଗତିରେ ବାହାରିଆସି ରେଡ୍ ଲାଇଟ୍ ନିକଟରେ ପହଞ୍ଚିଥିଲା । ଏହାପରେ ସଂଧ୍ୟା ୬ଟା ୫୨ ମିନିଟ୍ ରେ ଲାଲ୍ କିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିଲା । ପାର୍କିଂରେ ପ୍ରବେଶ କରିବା ବେଳେ ଉମର କାରର ୱିଣ୍ଡୋରେ ହାତ ରଖିଥିବା ଦେଖିବାକୁ ମିଳିଛି । ଅନ୍ୟଏକ ସିସିଟିଫି ଫୁଟେଜରେ ସେହି କାରଟି ଦିଲ୍ଲୀର ଜନଗହଳି ଅଞ୍ଚଳରେ ମଧ୍ୟ ଥିବା ଦେଖିବାକୁ ମିଳିଛି ।

ପୁଲିସ କହିଛି, ବଦରପୁର ସୀମାରୁ ଲାଲକିଲ୍ଲାର ସୁନହରି ମସଜିଦ ପାର୍କିଂ ଲଟ୍ ଏବଂ ଆଉଟର ରିଙ୍ଗ୍ ରୋଡରୁ କାଶ୍ମୀର ଗେଟ୍ ଦେଇ ଲାଲକିଲ୍ଲା ରୁଟ୍ ପର୍ଯ୍ୟନ୍ତ ଅନେକ ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯାଇଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପାଇଁ ପ୍ରାୟ ୨୦୦ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସୂତ୍ର ଅନୁସାରେ, ପ୍ରାୟ ୧୩ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହା କିଛି ମିନିଟ୍ ପାଇଁ ସେମାନଙ୍କ କାନକୁ ବଧିର କରିଦେଇଥିଲା। ଏହା ପ୍ରାୟ ଦୁଇ କିଲୋମିଟର ଦୂର ITO ପର୍ଯ୍ୟନ୍ତ ଶୁଣାଯାଇଥିଲା। ଅନେକ ଗାଡ଼ିର ୱିଣ୍ଡସିଲ୍ଡ ଏବଂ ଲାଲ କିଲ୍ଲା ମେଟ୍ରୋ ଷ୍ଟେସନର ଝରକା ମଧ୍ୟ ଭାଙ୍ଗି ଯାଇଥିଲା।

ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି, HR 26 CE 7674 ନମ୍ବର ବିଶିଷ୍ଟ କାରଟି ୧୮ ମାର୍ଚ୍ଚ ୨୦୧୪ ରେ ପଞ୍ଜିକୃତ ହୋଇଥିଲା। ବିସ୍ଫୋରଣ ପରେ କାରର ମୂଳ ମାଲିକ ମହମ୍ମଦ ସଲମାନଙ୍କୁ ଅଟକ ରଖାଯାଇଛି। ସଲମାନ ପୁଲିସକୁ କହିଛନ୍ତି ଯେ, ସେ ବହୁ ପୂର୍ବରୁ କାରଟି ଓଖଲାର ବାସିନ୍ଦା ଦେବେନ୍ଦ୍ରଙ୍କୁ ବିକ୍ରି କରିଥିଲେ। ଅଧିକ ତଦନ୍ତରୁ ଜଣାପଡିଛି, ଦେବେନ୍ଦ୍ର କାରଟି ଅମ୍ବାଲାର ଜଣେ ବ୍ୟକ୍ତିଙ୍କୁ ଏବଂ ପରେ କଶ୍ମୀରର ପୁଲୱାମାର ବାସିନ୍ଦା ତାରିକଙ୍କୁ ବିକ୍ରି କରିଥିଲେ। ଏହାର ଅର୍ଥ ହେଉଛି କାରଟି ବହୁ ଥର କିଣାବିକା ହୋଇଥିଲା। ପୁଲିସ ତାରିକ ଏବଂ ତାଙ୍କ ଭାଇ ଆମିର ରସିଦ ମିରଙ୍କୁ ଗିରଫ କରିଛି। ଗତକାଲି ସନ୍ଧ୍ୟାରେ ଅୱନ୍ତିପୋରା ପୁଲିସ ଜଣେ ପ୍ଲମ୍ବର ଆମିରଙ୍କୁ ଗିରଫ କରିଥିଲା।

ବି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି