Masthead

ପାଣିରେ ପଡ଼ିଲା କୋଟି କୋଟି ଟଙ୍କା

ରେଙ୍ଗାଳି (ବଡ଼ ଖବର ବ୍ୟୁରୋ): ସରକାର କା ମାଲ୍ ଦରିଆ ମେ ଡାଲ ଉକ୍ତିଟି ରେଙ୍ଗାଲି ବ୍ଲକ ପାଇଁ ପ୍ରଜୁର୍ଯ୍ୟ । ସପ୍ନେ ସେତୁସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଦୂରଦୃଷ୍ଟି ଅଭାବ ଓ ପରିଚାଳନା ଅବ୍ୟବସ୍ଥା ଯୋଗୁଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ମଧ୍ୟ ଲୋକଙ୍କ କାମରେ ଆସୁନାହିଁ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକରୁ ସପ୍ନେ ରାସ୍ତାର ଇବ ସେତୁ ନିକଟରେ ପୂର୍ଣ ବିଭାଗ ପକ୍ଷରୁ ପ୍ରାୟ ଦୁଇ କୋଟିରୁ ଉର୍ଦ୍ଧ୍ବ ଅର୍ଥ ବିନିଯୋଗରେ ନିର୍ମାଣ ହୋଇଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଲୋକଙ୍କ କାମରେ ଲାଗୁନି।

ଏହି କେନ୍ଦ୍ର ନିର୍ମାଣ ହୋଇ ଥିଲେ ମଧ୍ୟ ଅବ୍ୟବହୃତ ହୋଇ ପଡିରହିଛି । ଯାତ୍ରୀମାନଙ୍କ ସୁବିଧାରେ ଉପଲବ୍ଧ ହୋଇ ପାରୁନାହିଁ । ଉକ୍ତ କେନ୍ଦ୍ରରେ ପ୍ରାଥମିକ ସ୍ବାସ୍ଥ୍ୟ, ପାନୀୟ ଜଳ, ଯାତ୍ରୀମାନଙ୍କ ପାଇଁ ଅତ୍ୟାବଶ୍ୟକ ଶୁଖିଲା ଖାଦ୍ୟ ସାମଗ୍ରୀ, ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ଉଦ୍ୟାନ ବଗିଚା ବ୍ୟବସ୍ଥା ଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ଅବହେଳା ଯୋଗୁଁ ପଥôକମାନେ ଏହାକୁ ବ୍ୟବହାର କରିବାରୁ ବଞ୍ଚିତ ହେଉଛନ୍ତି । ଉକ୍ତ କେନ୍ଦ୍ରଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ୨୦୧୮ ଜୁଲାଇ ୨୭ରେ ଲୋକାର୍ପିତ ହୋଇଥିଲା।

ଏପରିକି ଉକ୍ତ କେନ୍ଦ୍ରର ରାସ୍ତା ପାର୍ଶ୍ବରେ ନାମଫଳକ ମଧ୍ୟ ନ ଥିବାରୁ ଯାତ୍ରୀ ଓ ଜନସାଧାରଣ ସୂଚନା ପାଇବାରୁ ବଞ୍ଚିତ । ଜିଲ୍ଲା ପ୍ରଶାସନ, ପୂର୍ତ୍ତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ପରିଦର୍ଶନରେ ଆସୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଅବ୍ୟବସ୍ଥା ଦୂର କରି କେନ୍ଦ୍ରକୁ ତୁରନ୍ତ ବ୍ୟବହାର ଉପଯୋଗୀ କରିବା ପାଇଁ ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗ ଅଧକ୍ଷଣ ଯନ୍ତ୍ରୀ ଦୃଷ୍ଟି ଦେବା ପାଇଁ ବରିଷ୍ଠ ନାଗରିକ ପରିଷଦ ସମ୍ପାଦକ ଅନ୍ତର୍ୟ୍ୟାମୀ ପାଣି ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର