Masthead

ବିଜେପି ଆମ ବିରୋଧରେ ଷଡଯନ୍ତ୍ର ରଚୁଛି, ହେଲେ ମୁଁ ନଇଁବି ନାହିଁ : କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଇଡି। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି କେଜ୍ରିୱାଲଙ୍କୁ ହାଜର ହେବାକୁ ୫ଥର ସମନ କରି ସାରିଲାଣି। କିନ୍ତୁ ସେ ଥରେ ହେଲେ ବି ଜେରାର ସମ୍ମୁଖୀନ ହେବାକୁ ଇଡିରେ ହାଜର ହୋଇ ନାହାନ୍ତି। ଶୁକ୍ରବାର କେଜ୍ରିୱାଲ ଇଡିର ୫ମ ସମନକୁ ବେଖାତିର କରିଥିଲେ। ଏବେ କେଜ୍ରିୱାଲ ବିଜେପିକୁ ନେଇ ବଡ଼ ଦାବି କରିଛନ୍ତି। କହିଛନ୍ତି ତାଙ୍କୁ ବିଜେପିରେ ସାମିଲ ହେବା ଲାଗି ବାଧ୍ୟ କରାଯାଉଛି।

ହେଲେ ସେ ନଇଁବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଆପ ବିଧାୟକଙ୍କୁ ବିଜେପି ଘୋଡା ବେପାର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା। ଏବେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିବା ବେଳେ କେଜ୍ରିୱାଲଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପି ଆମ ବିରୋଧରେ ଷଡଯନ୍ତ୍ର ରଚୁଛି, ହେଲେ ମୁଁ ଦୃଢ଼ ଅଛି। ନଇଁବି ନାହିଁ। ସେମାନେ ମୋତେ ବିଜେପରେ ସାମିଲ ହେବାକୁ କହୁଛନ୍ତି, ହେଲେ କେବେ ବି ସେଠାକୁ ଯିବି ନାହିଁ ବୋଲି ଏକ ସ୍କୁଲର ଶିଳାନ୍ୟାସ କରିବା ଅବସରରେ କେଜ୍ରିୱାଲ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ