Masthead

କେତେ ଆଉ ଯନ୍ତ୍ରଣା ସହିବେ ଇରମା

ପଡ଼ିଆ (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତର ପାଡଗାନପଲ୍ଲୀର ଇରମା ମାଡ଼କାମି । କିଛିବର୍ଷ ହେବ ସେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଆଉ ସହି ପାରୁନାହାନ୍ତି ଯନ୍ତ୍ରଣା । ଅନାଇ ରହିଛନ୍ତି ସରକାରୀ କିମ୍ବା ସେରକାରୀ ସହାୟତାକୁ ।
ଇରମା କିଛିବର୍ଷ ତଳେ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣା ଥିଲା ଅତି ଭୟଙ୍କର । ସବୁଦିନ ପାଇଁ ସେ ଏକ ଅଙ୍ଗକୁ ହରାଇ ବସିଲେ। ମୂତ୍ରାଶୟ ଭିତରର ଏକ ଅଂଶ ନଷ୍ଟ ହେଇଯାଇଥିଲା। ସେ ଅସ୍ତ୍ରୋପଚାର କରାଇଥିଲେ । କିନ୍ତୁ ଅର୍ଥ ଅଭାବରୁ ପରବର୍ତ୍ତି ଚିକିତ୍ସା ହୋଇପାରି ନ ଥିଲା । ତେଣୁ ସେ ବାଧ୍ୟ ହୋଇ ଘରକୁ ଫେରି ଆସିଥିଲେ। ୪ବର୍ଷ ଧରି ଅର୍ଥ ଅଭାବରୁ ସେ ଯନ୍ତ୍ରଣା ଭୋଗୁଛନ୍ତି । ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ସରକାରୀ ବାବୁ ଆସିବେ ଓ ସାହାଯ୍ୟ କରିବେ ସେହି ଆଶାରେ ଦିନ କାଟୁଛନ୍ତି ଇରମାଙ୍କ ପରିବାର। ଘରେ ଖାଇବା ପାଇଁ ନା ଅଛି ଦାନା ନା ଅଛି ଲୁଣ କିଣିବା ପାଇଁ ସମ୍ବଳ । ନିଜ ଅକ୍ଷମତା ଯୋଗୁ ୩ ଛୁଆ ଓ ସ୍ତ୍ରୀଙ୍କ କାନ୍ଧରେ ସେ ଝୁଲିଛନ୍ତି । ସେମାନେ ହିଁ ତାଙ୍କର ସାହା ଭରସା । ଇରମାର ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗାଁ ଲୋକେ ଓ ସରପଞ୍ଚ ପ୍ରଶାସନ ପାଖରେ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ