Masthead

ଡେମୋ ଦେଖାଇଲା ଗୋବିନ୍ଦ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଦେଖାଇଛି ଡେମୋ। ଆଜି ଭୋର ୪.୧୫ରେ ଗୋବିନ୍ଦକୁ ମହାଲିଙ୍ଗ ଷ୍ଟାଡିୟମକୁ ଅଣାଯିବା ପରେ ମମିତାଙ୍କୁ କିପରି ପୋଡ଼ିବା ପରେ ପୋତି ଦେଇଥିଲା ତାର ଡେମୋ ଦେଖାଇଥିଲା । ଷ୍ଟାଡିୟମରେ ପ୍ରାୟ ୧୫ ମିନିଟ୍ ଧରି ସିନ୍ ରିକ୍ରିଏସନ୍ କରାଯାଇଥିଲା। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ନୀତୀନ କୁଶଲକରଙ୍କ ଉପସ୍ଥିତିରେ ଏହି ସିନ୍ ରିକ୍ରିଏସନ୍ ହୋଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ବଲାଙ୍ଗୀର ରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ମହାଲିଙ୍ଗ ଅଣାଯାଇଥିଲା। ମହାଲିଙ୍ଗ, ଚାନ୍ଧୋତରା , କୁରସୁଡରେ ଅଭିଯୁକ୍ତର କ୍ରାଇମ୍ ରିକ୍ରେଏସନ କରାଯାଇଥିଲା। ବର୍ତ୍ତମାନ ମୃତ ଦେହ ଉଦ୍ଧାର ସ୍ଥାନରେ ଫୋରନସିକର ୩ ଜଣିଆ ଟିମ୍ ଯାଂଚ କରୁଛି। ସକାଳୁ ଲୋକ ଉଠିବା ପୁର୍ବରୁ ପୋଲିସ କ୍ରାଇମ୍ ରିକ୍ରିଏସନ ସାରି ସିନ୍ଧେକେଲା ଥାନା ନେଇଛି।

ଗତକାଲି କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନ ପହଞ୍ଚି ଅଧିକ ଖୋଳତାଡ଼ କରିଥିଲା। ଯେଉଁଠି ମମତାଙ୍କୁ ପୋତି ଦିଆଯାଇଥିଲା, ସେହି ସ୍ଥାନକୁ ମଧ୍ୟ ଯାଇ ରିପୋର୍ଟ ପ୍ରସ୍ତୁତ କରିଥିଲା। ଗତକାଲି ଗୋବିନ୍ଦର ଅନ୍ୟଜଣେ ସହଯୋଗୀକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତାଙ୍କ ନାଁ ରାଧେ। ସେ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ସହଯୋଗ କରିଥିଲା ବୋଲି ଜଣାପଡ଼ିଛି। ସେହିପରି ଏହି ଘଟଣାରେ ପୁଲିସ୍ ଅଟକ ରଖିଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ମୁନ୍‌ସୀ ଗୁପ୍ତେଶ୍ୱର ତାଣ୍ଡି ରାଜସାକ୍ଷୀ ହେବେ ବୋଲି ପୁଲିସ୍ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ