ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆଜି ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏମ୍ସ ଡ଼ାକ୍ତରୀ ଟିମ୍ ଓ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମତି ପରିଡ଼ା । ରାଜ୍ୟ ସରକାର ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସଂପୂର୍ଣ୍ଣ ଭାବେ ଅବଗତ ଅଛନ୍ତି ।
ଆବଶ୍ୟକ ସହଯୋଗ ଯୋଗାଇ ନେବା ପାଇଁ ପ୍ରତିସୃତି ଦେଇଛନ୍ତି ରାଜ୍ୟ ସରକାର । ବଳଙ୍ଗା ପିଡ଼ିତାଙ୍କୁ ଭେଟିବା ନେଇ ଉପମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ସୁଚନା ଦେଇଛନ୍ତି । ସେ ପୀଡ଼ିତାଙ୍କ ଶୀଘ୍ର ସୁସ୍ଥ ହେବାପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଲେଖିଛନ୍ତି । ସୂଚନା ଅନୁସାରେ ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରଣ ନାବାଳିକା ଜଣକ ଶନିବାର ପୂର୍ବାହ୍ନରେ ନିଜ ସାଙ୍ଗ ଘରକୁ କୌଣସି ଏକ କାମରେ ଯାଇଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତମାନେ ନାବାଳିକାର ପିଛା କରିଥିଲେ ଏବଂ ଅପହରଣ କରି ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ତାଙ୍କ ଦେହରେ ନିଆଁ ଲଗାଇଦେଇଥିଲେ । ନିଆଁ ଲାଗିବା ପରେ ଏଣେ ତେଣେ ଦୌଡ଼ିବାରେ ଲାଗିଥିଲେ ନାବାଳିକା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତ୍ୱର ଅବସ୍ଥାରେ ନାବାଳିକାଙ୍କୁ ଭୁବନେଶର୍ୱ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ ।
