Masthead

ମୋତେ ଗାଳି ଦିଅନ୍ତୁ, ହେଲେ କାମକୁ ଧ୍ୟାନ ଦିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ଅପପୁଷ୍ଟିକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ବିଭିନ୍ନ ମଞ୍ଚରେ ଅପପୁଷ୍ଟି ପ୍ରସଙ୍ଗ ଉଠାଯାଉଛି । ନବଜାତ ଶିଶୁ ଏବଂ ଗର୍ଭବତୀ ମାଆ, କିଶୋର କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ ଅଛି । ଅପପୁଷ୍ଟି କାରଣରୁ ସେମାନଙ୍କର ସ୍ଵାସ୍ଥ୍ୟବସ୍ଥା ଯେମିତି ରହିବା କଥା ରହୁନି । ଉଚ୍ଚତା କମୁଛି ଓଜନ କମୁଛି, ମାନସିକ ବିକାଶ ହେଉନି ।

ଏହା ବିରୋଧୀ ଦଳର ଅଭିଯୋଗ ନୁହେଁ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ସର୍ଭେ ରିପୋର୍ଟର ଏ ତଥ୍ୟ । ପୁଣି ଥରେ ଅନୁରୋଧ କରୁଛି ମୁଖ୍ୟମନ୍ତ୍ରୀ ଧ୍ୟାନ ଦିଅନ୍ତୁ । ଆଦିବାସୀ ମାଆ, ଶିଶୁମାନେ ସବୁଠୁ ଖରାପ ଅବସ୍ଥାରେ ଅଛନ୍ତି । ସରକାରଙ୍କ ଆଖି ଖୋଲୁ । ଓଡ଼ିଶାରେ ଗଭର୍ନାନ୍ସ ଡେଫିସିଟ୍ ଅଛି । ଆପଣ ମୋତେ ଗାଳି ଦିଅନ୍ତୁ । ହେଲେ କାମକୁ ଧ୍ୟାନ ଦିଅନ୍ତୁ । ଗଭର୍ନାନ୍ସ ଡେଫିସିଟ୍ ହୋଇଥିବା କାରଣରୁ ରାଜ୍ୟରେ ଅପପୁଷ୍ଟିର ଏମିତି ସ୍ଥିତି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ