Masthead

ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ(ବଡ଼ ଖବର ବ୍ୟୁରୋ):ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ । ଆଜି ହାଇକୋର୍ଟ ଦେଲା ମଞ୍ଜୁରି । କ୍ରାଇମବ୍ରାଞ୍ଚ ମାମଲାରେ ପ୍ରଦୀପଙ୍କୁ ଜାମିନ ମିଳିଥିବା ଜଣାପଡିଛି । ୨୪ ଲକ୍ଷ ଟଙ୍କାର କ୍ୟାସ୍ ସିୟୋରିଟି ସହ ୫ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ଦିଆଯାଇଛି ଜାମିନ । ଚାକିରି ଆଶାୟୀଙ୍କ ନିକଟରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଜେଲ ବେଳେ ଆଜି ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତେବେ ସୂଚନା ଅନୁସାରେ, ଜାମିନ ମିଳିବା ପରେ ମଧ୍ୟ ସେ ଜେଲରେ ରହିବେ । ତାଙ୍କ ବିରୋଧରେ ଥିବା ଅନ୍ୟ ଦୁର୍ନୀତି ମାମଲାରେ ଜାମିନ ମିଳିନଥିବାରୁ ସେ ଝାରପଡା ଜେଲରେ ରହିବେ ।

ଉଲ୍ଲେଖଯୋଗ୍ୟ ଯେ, ଆଇଏଫଏସ ଅଫିସର ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଲିଙ୍କରେ ଛନ୍ଦି ହୋଇ ଗିରଫ ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଟାଟା କମ୍ପାନୀରେ ଚାକିରୀ କରାଇଦେବେ କହି ଭାବି ଜ୍ୱାଇଁ ଆକାଶ ପାଠକ କରିଥିବା ଠକେଇରେ ପ୍ରଦୀପଙ୍କର ହାତ ରହିଛି କି ନାହିଁ ତାହାର ଖୋଳତାଡ ବର୍ତ୍ତମାନ କରୁଛି କ୍ରାଇମବ୍ରାଞ୍ଚା ଏହି ମାମଲାରେ ଉଭୟଙ୍କୁ ସାମ୍ନାସାମ୍ନି ଜେରା କରିଥିଲା କ୍ରାଇମବ୍ରାଞ୍ଚ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ଲୋକୟୁକ୍ତ ନିକଟରେ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ