Masthead

୧୫ ଶହ ଟଙ୍କା ପାଇଁ ବଦନାମ ପୋଲିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କମିଶନରେଟ୍‌ ପୋଲିସ ଅଧିନସ୍ଥ ଧଉଳି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ତୋଫାନ୍‌ ଗୁରୁ ୧୫ ଶହ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ଏଏସ୍‌ଆଇ ଗୁରୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା କମିଶନରେଟ୍‌ ପୋଲିସ କୁ ଏକ ପ୍ରକାର ର ବଦନାମ କରିଛି । ଗୁରୁଙ୍କୁ ଗୁରୁବାର ନିଲମ୍ବନ କରାଯାଇ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଭିଜିଲାନ୍ସ କାର୍ଯ୍ୟାଳୟ ସୂଚନା ମୁତାବକ, ଧଉଳି ଥାନା ଜୟପୁର ଗାଁରେ ଜମିବାଡ଼ିକୁ କେନ୍ଦ୍ର କରି ମାରପିଟ ହୋଇଥିଲା। ଉକ୍ତ ଗାଁର ପ୍ରଶାନ୍ତ କୁମାର ସାହୁ ଓ ତାଙ୍କ ବାପାଙ୍କ ନାଁରେ କିଛି ଲୋକ ଏତଲା ଦେଇଥିଲେ ।

ପ୍ରଶାନ୍ତ ଏବଂ ତାଙ୍କ ପିତାଙ୍କ ବିରୋଧରେ ମାମଲା ପଞ୍ଜୀକରଣ ନକରିବା ପାଇଁ ଏଏସ୍‌ଆଇ ଗୁରୁଙ୍କୁ ଭେଟିଥିଲେ। ମାମଲା ରୁଜୁ ନ କରିବା ପାଇଁ ୧୦ ହଜାର ଟଙ୍କା ମାଗିଥିଲେ ଶ୍ରୀ ଗୁରୁ। ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ପ୍ରଶାନ୍ତ କହିଥିଲେ । କଥା ୧୫ ଶହ ଟଙ୍କାରେ ଛିଣ୍ଡିଥିଲା । ପ୍ରଶାନ୍ତ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ଘଟଣା ବିଷୟରେ ଜଣାଇଥିଲେ। ଶ୍ରୀ ଗୁରୁ ପ୍ରଶାନ୍ତଙ୍କଠାରୁ ଦାବି ମୁତାବକ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରି ଗିରଫ କରିଥିଲା ।ସୂଚନା ଅନୁସାରେ ପୂର୍ବରୁ ଏକ ଜମିଜମା ମାମଲାରେ ପୂର୍ବରୁ ପୂର୍ବତନ ଧଉଳି ଥାନା ଆଇଆଇସି ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା