ପ୍ରତାପ ଦେବ କହିଦେଲେ ବସ୍ତାରେ କିଏ ପାଇବ ବିଜେଡି ଟିକେଟ

ବସ୍ତା (ବଡ଼ ଖବର ବ୍ୟୁରୋ) ବସ୍ତା ବିଧାନସଭାରେ କିଏ ହେବେ ବିଜେଡି ପ୍ରାର୍ଥୀ? ନବୀନ ଘୋଷଣା କରିବା ପୂର୍ବରୁ ଘୋଷଣା କରିଦେବେ ପ୍ରତାପ ଦେବ, ସମର୍ଥନ ଦେଲେ ଅଶ୍ୱିନୀ ପାତ୍ର । ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନାଙ୍କ ନାଁକୁ ନେଇ ବଢିଲା ଚର୍ଚ୍ଚା । ବିଜେଡିରେ କମୁଛି କି ନବୀନଙ୍କ କଂଟ୍ରୋଲ? ଗୋଟିଏ ପଟେ ଜନସମ୍ପର୍କରେ ଅନେକ ନେତାଙ୍କୁ ତୀବ୍ର ବିରୋଧ, ଅନ୍ୟପଟେ ବୁଲି ବୁଲି ନାଁ କରା ନେତା ବାଂଟୁଛନ୍ତି ଟିକେଟ । ନିଜ ଟିକେଟକୁ ନାହିଁ ଭରସା! ହେଲେ ମାଇକ୍ ଧରିଲେ ସାଇଡ୍ ନେତାଙ୍କୁ ଦେଉଛନ୍ତି ଆଶା ।

ଧାମନଗରରେ ମୁକ୍ତି ବାଂଟିଲେ ଡାକ୍ତରଙ୍କୁ ଟିକେଟ, ବସ୍ତାରେ ରବିନ୍ଦ୍ର ଜେନାଙ୍କ ପତ୍ନୀଙ୍କ ପାଇଁ ଘୋଷଣା କରିଆସିଲେ ପ୍ରତାପ ଦେବ । ପର୍ଯ୍ୟବେକ୍ଷକ ପ୍ରତାପଙ୍କ ସାଙ୍ଗରେ ପରୋକ୍ଷ ପାଳି ଧରିଲେ ଜିଲ୍ଲା ସଭାପତି ଅଶ୍ୱିନୀ ପାତ୍ର । ମାନେ ଏଥର କଟିଯିବ ନିତ୍ୟାନନ୍ଦଙ୍କ ନାଁ, ସୁବାସିନୀ ଜେନାଙ୍କ ନାଁରେ ବାଜିବ ମୋହର । କୁହାଯାଏ କିଏ ଟିକେଟ ପାଇବ ବିଜେଡିରେ ଶେଷ ଯାଏଁ ଜଣାପଡେନି । ନବୀନ ଯେବେ ଘୋଷଣା କରନ୍ତି, ସେତେବେଳେ ଏକଥା ସ୍ପଷ୍ଟ ହୋଇଥାଏ । ହେଲେ ଏଥର ଲାଗୁଛି ଯେମିତି ନେତା ସବୁ ଲଗାମ ଛଡା ହୋଇଯାଇଛନ୍ତି । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜେଡିର ୩ରୁ ଅଧିକ ଆଶାୟୀ । ଆଉ ଧରା ଧରି କରି ବଡ଼ ନେତାଙ୍କ ମୁହଁରୁ ଚାଲିଛି ସମ୍ଭାବ୍ୟ ପ୍ରାର୍ଥୀ ଘୋଷଣା ।

ପ୍ରତାପ ଓ ମୁକ୍ତିଙ୍କୁ ବଳି ଯାଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ସେ କାହା ପାଇଁ ନୁହେଁ ବରଂ ନିଜେ ନିଜ ପାଇଁ କରିଛନ୍ତି ଟିକେଟ ଘୋଷଣା । ସେ କହିଛନ୍ତି ଢେଙ୍କାନାଳରୁ ଧର୍ମେନ୍ଦ୍ର ଛିଡା ହେଲେ ମୁଁ ବିଜେଡିରୁ ଲଢିବି ଓ ତାଙ୍କୁ ହରାଇବି । ଗ୍ରାଉଣ୍ଡ ସ୍ତରରେ ବିଜେଡିର ଗୋଷ୍ଠୀକନ୍ଦଳ । ଜନସମ୍ପର୍କ ପଦଯାତ୍ରାରେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଜନ ଅସନ୍ତୋଷ । ଏପରିକି ଦଳୀୟ କର୍ମୀ ବି ଖୋଲାଖୋଲି ଦଳୀୟ ନେତାଙ୍କୁ ବିରୋଧ କରିବାକୁ ପଛାଉ ନାହାନ୍ତି । ଆଉ ଏପଟେ ବରିଷ୍ଠ ନେତାମାନେ ଜନବିରୋଧକୁ କମାଇବା ବଦଳରେ ବୁଲି ବୁଲି ନିଜ ପସନ୍ଦର ନାଁ ଘୋଷଣା କରୁଛନ୍ତି । ଯେମିତିକି ଲାଗୁଛି ବିଜେଡି ସୁପ୍ରିମୋଙ୍କ ଲଗାମ ଖସି ଖସି ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ