Masthead

ପ୍ରତାପ ଦେବ କହିଦେଲେ ବସ୍ତାରେ କିଏ ପାଇବ ବିଜେଡି ଟିକେଟ

ବସ୍ତା (ବଡ଼ ଖବର ବ୍ୟୁରୋ) ବସ୍ତା ବିଧାନସଭାରେ କିଏ ହେବେ ବିଜେଡି ପ୍ରାର୍ଥୀ? ନବୀନ ଘୋଷଣା କରିବା ପୂର୍ବରୁ ଘୋଷଣା କରିଦେବେ ପ୍ରତାପ ଦେବ, ସମର୍ଥନ ଦେଲେ ଅଶ୍ୱିନୀ ପାତ୍ର । ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନାଙ୍କ ନାଁକୁ ନେଇ ବଢିଲା ଚର୍ଚ୍ଚା । ବିଜେଡିରେ କମୁଛି କି ନବୀନଙ୍କ କଂଟ୍ରୋଲ? ଗୋଟିଏ ପଟେ ଜନସମ୍ପର୍କରେ ଅନେକ ନେତାଙ୍କୁ ତୀବ୍ର ବିରୋଧ, ଅନ୍ୟପଟେ ବୁଲି ବୁଲି ନାଁ କରା ନେତା ବାଂଟୁଛନ୍ତି ଟିକେଟ । ନିଜ ଟିକେଟକୁ ନାହିଁ ଭରସା! ହେଲେ ମାଇକ୍ ଧରିଲେ ସାଇଡ୍ ନେତାଙ୍କୁ ଦେଉଛନ୍ତି ଆଶା ।

ଧାମନଗରରେ ମୁକ୍ତି ବାଂଟିଲେ ଡାକ୍ତରଙ୍କୁ ଟିକେଟ, ବସ୍ତାରେ ରବିନ୍ଦ୍ର ଜେନାଙ୍କ ପତ୍ନୀଙ୍କ ପାଇଁ ଘୋଷଣା କରିଆସିଲେ ପ୍ରତାପ ଦେବ । ପର୍ଯ୍ୟବେକ୍ଷକ ପ୍ରତାପଙ୍କ ସାଙ୍ଗରେ ପରୋକ୍ଷ ପାଳି ଧରିଲେ ଜିଲ୍ଲା ସଭାପତି ଅଶ୍ୱିନୀ ପାତ୍ର । ମାନେ ଏଥର କଟିଯିବ ନିତ୍ୟାନନ୍ଦଙ୍କ ନାଁ, ସୁବାସିନୀ ଜେନାଙ୍କ ନାଁରେ ବାଜିବ ମୋହର । କୁହାଯାଏ କିଏ ଟିକେଟ ପାଇବ ବିଜେଡିରେ ଶେଷ ଯାଏଁ ଜଣାପଡେନି । ନବୀନ ଯେବେ ଘୋଷଣା କରନ୍ତି, ସେତେବେଳେ ଏକଥା ସ୍ପଷ୍ଟ ହୋଇଥାଏ । ହେଲେ ଏଥର ଲାଗୁଛି ଯେମିତି ନେତା ସବୁ ଲଗାମ ଛଡା ହୋଇଯାଇଛନ୍ତି । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜେଡିର ୩ରୁ ଅଧିକ ଆଶାୟୀ । ଆଉ ଧରା ଧରି କରି ବଡ଼ ନେତାଙ୍କ ମୁହଁରୁ ଚାଲିଛି ସମ୍ଭାବ୍ୟ ପ୍ରାର୍ଥୀ ଘୋଷଣା ।

ପ୍ରତାପ ଓ ମୁକ୍ତିଙ୍କୁ ବଳି ଯାଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ସେ କାହା ପାଇଁ ନୁହେଁ ବରଂ ନିଜେ ନିଜ ପାଇଁ କରିଛନ୍ତି ଟିକେଟ ଘୋଷଣା । ସେ କହିଛନ୍ତି ଢେଙ୍କାନାଳରୁ ଧର୍ମେନ୍ଦ୍ର ଛିଡା ହେଲେ ମୁଁ ବିଜେଡିରୁ ଲଢିବି ଓ ତାଙ୍କୁ ହରାଇବି । ଗ୍ରାଉଣ୍ଡ ସ୍ତରରେ ବିଜେଡିର ଗୋଷ୍ଠୀକନ୍ଦଳ । ଜନସମ୍ପର୍କ ପଦଯାତ୍ରାରେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଜନ ଅସନ୍ତୋଷ । ଏପରିକି ଦଳୀୟ କର୍ମୀ ବି ଖୋଲାଖୋଲି ଦଳୀୟ ନେତାଙ୍କୁ ବିରୋଧ କରିବାକୁ ପଛାଉ ନାହାନ୍ତି । ଆଉ ଏପଟେ ବରିଷ୍ଠ ନେତାମାନେ ଜନବିରୋଧକୁ କମାଇବା ବଦଳରେ ବୁଲି ବୁଲି ନିଜ ପସନ୍ଦର ନାଁ ଘୋଷଣା କରୁଛନ୍ତି । ଯେମିତିକି ଲାଗୁଛି ବିଜେଡି ସୁପ୍ରିମୋଙ୍କ ଲଗାମ ଖସି ଖସି ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ