Masthead

ବୌଦ୍ଧ ଭିକ୍ଷୁଙ୍କ ବେଶରେ ଧୋନି

ନୂଆ ଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜ ହେୟାର ଷ୍ଟାଇଲ ଯୋଗୁଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି । ବେଳେବେଳେ ତାଙ୍କୁ ଲମ୍ବା କେଶରେ ଦେଖାଯାଏ ତ ଆଉ ବେଳେବେଳେ ସେ ଛୋଟ କେଶରେ ନଜର ଆସିଥାନ୍ତି । କିନ୍ତୁ ବର୍ତ୍ତମାନ ଧୋନିଙ୍କର ନୂତନ ରୂପ ଆସିଛି ଯାହାକି ସମ୍ପୂର୍ଣ୍ଣ ରୂପେ ଅଲଗା । ବାସ୍ତବରେ ଆଇପିଏଲର ଅଫିସିଆଲ୍ ବ୍ରଡକାଷ୍ଟର ଷ୍ଟାର୍ ସ୍ପୋର୍ଟସ୍  ନିଜ ଟ୍ୱିଟର ଆକାଉଣ୍ଟରେ ଧୋନିଙ୍କ ଏକ ଫଟୋ ସେୟାର କରିଛି । ଧୋନି ଲଣ୍ଡାମୁଣ୍ଡ ବୌଦ୍ଧ ଭିକ୍ଷୁଙ୍କ ପରି ପୋଷାକ ପରିଧାନ କରି ବସିଥିବାର ନଜର ଆସିଛନ୍ତି । ଧୋନିଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଯାହା ଅନୁମାନ କରାଯାଉଛି ଧୋନିଙ୍କର ଏହି ଫଟୋ ଆଇପିଏଲ ୨୦୨୧ ସହିତ ଜଡିତ ଏକ ବିଜ୍ଞାପନର ସୁଟିଂର ଅଂଶ ହୋଇପାରେ । ଫଟୋ ତଳେ ଏକ ମାର୍ଶଲ ଆର୍ଟ ଟ୍ରେନିଂ କ୍ୟାମ୍ପ ମଧ୍ୟ ଲେଖାଯାଇଛି । ଦୁଇ ଦିନ ପୂର୍ବେ ଚେନ୍ନାଇ ସୁପର କିଙ୍ଗସ୍ ର ପ୍ରଶିକ୍ଷଣ ଅଧିବେଶନରେ ୩୯ ବର୍ଷୀୟ ଧୋନି ନିଜ ମୁଣ୍ଡରେ କେଶ ସହ ନଜର ଆସିଥିଲେ । କିନ୍ତୁ ହଠାତ ତାଙ୍କର ଏହି ଫୋଟ ବାହାରକୁ ଆସିଲା। ତେବେ ଧୋନିଙ୍କ ଏହି ଲୁକକୁ ନେଇ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ଏହି ସମୟରେ ଧୋନିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ଚଳିତ ବର୍ଷର ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ବର୍ଷ ଦଳକୁ ଚାମ୍ପିୟନ କରିବା ପାଇଁ ଧୋନି ନିଜେ ଅନେକ ଅଭ୍ୟାସ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି