Masthead

ଜିଲ୍ଲାପାଳ ଭୁଲିଗଲେ କି ଲକ୍ଷ୍ମଣ ରେଖା?

ବାରିପଦା(ବଡ଼ ଖବର ବ୍ୟୁରୋ): ମୟୂରଭଂଜ ଜିଲ୍ଲାପାଳ ବିନିତ ଭାରଦ୍ୱାଜଙ୍କ ସରକାରୀ ଆଚରଣକୁ ନେଇ ଏବେ ଚାରିଆଡ ନିନ୍ଦାର ସୁଅ ଛୁଟୁଛି । ଜଣେ ସରକାରୀ ଅଫିସର ହୋଇ ଜିଲ୍ଲାପାଳ ଲକ୍ଷଣରେଖା ଭୁଲି ଯାଇଥିବା ଏବେ ସବୁଆଡେ ଆଲୋଚନା ହେଉଛି । ବାରିପଦାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ଆଦିବାସୀ ମିନି ମାରାଥନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏକ ନିର୍ଦ୍ଦିଷ୍ଟ ଦଳୀୟ ରଙ୍ଗର ଟି-ସାର୍ଟ ପିନ୍ଧିବାକୁ କୌଣସି ଦ୍ୱିଧା ପ୍ରକାଶ କରିନାହାନ୍ତି । ଜିଲ୍ଲାପାଳଙ୍କ ନବୀନ ଟି-ସାର୍ଟ ପିନ୍ଧା ଫଟୋ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି ।

କେହି କେହି ତ ସୋସିଆଲ ମିଡିଆରେ ଏହି ଫୋଟୋକୁ ଟ୍ୟାଗ କରି ଆଇଏଏସ ଆସୋସିଏସନ ବିନିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୂର୍ବତନ ଆଇଏଏସ ଅଫିସର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଅଫିସରମାନଙ୍କ ଏଭଳି ଆଚରଣ ଅଧପତନ ସ୍ତରରେ ପହଂଚିଲାଣି ବୋଲି ଟ୍ୱିଟ କରି କହିଛନ୍ତି । ଏହି ଅଫିସରମାନେ ଜାଣିବା ଉଚିତ ଯେ ସମୟ ସବୁବେଳେ ସମାନ ନଥାଏ ବୋଲି ସେ ଲେଖିଛନ୍ତି । କେବଳ ଜିଲ୍ଲାପାଳ ଏବଂ ଏସପିଙ୍କ ଟି-ସାର୍ଟ ନୁହେଁ, ଏହି ସରକାରୀ କାର୍ଯ୍ୟକ୍ରମରେ ଅତି ସତର୍କତାର ସହିତ ଦଳୀୟ ଛୁଙ୍କ ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

କାର୍ଯ୍ୟକ୍ରମରେ ବ୍ୟବହୃତ ହୋଇଥିବା ଟେଂଟ, ପେଣ୍ଡାଲ, ବେଲୁନ, ଲୋଗୋର ରଙ୍ଗ ଏବଂ ଡିଜାଇନ ଦଳୀୟ କାର୍ଯ୍ୟକ୍ରମ ଭଳି ମନେ ହେଉଥିଲା । ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ନେତା, ମନ୍ତ୍ରୀ ଓ ବିଧାୟକ ସାମିଲ ହୋଇଥିଲେ । ସଭା ମଂଚରେ ଉପସ୍ଥିତ ଥିବା ସମସ୍ତ ଅତିଥି ସବୁଜ ରଙ୍ଗର ଟ-ସାର୍ଟ ପିନ୍ଧିଥିଲେ । କାର୍ଯ୍ୟକ୍ରମଟି ସରକାରୀ କମ, ଦଳୀୟ ଅଧିକ ବୋଲି ଲାଗୁଥିଲା । ତେବେ ସେ ଯାହା ବି ହେଉ ନା କାହିଁକି ଜିଲ୍ଲାପାଳ ନିଜ ଚାକିରିର ସର୍ତ୍ତାବଳୀ ଜାଣିଥିଲା ବେଳେ କିଭଳି ଦଳୀୟ ଚିହ୍ନ ଏବଂ ରଙ୍ଗକୁ ପ୍ରେମୋଟ କରଛନ୍ତି ତାହା କିନ୍ତୁ କିଛି ବୁଝା ପଡୁନାହିଁ । ଏନେଇ ଜିଲ୍ଲାପାଳଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ