Masthead

ଦୁଇ ନାବାଳକ ନିଖୋଜ

ପାଟକୁରା(ବଡ଼ ଖବର ବ୍ୟୁରୋ): ପାଟକୁରାରେ ଚଞ୍ଚଲ୍ୟ । ଗୋଟିଏ ଦିନରେ ଏକସଙ୍ଗରେ ଦୁଇ ନାବାଳକ ସ୍କୁଲ ଯିବା ବାଟରୁ ନିଖୋଜ । କୁଦାନଗରୀ ଥାନା ଅନ୍ତର୍ଗତ ଭାରିଗୋଳ ଗ୍ରାମର ତେର ବର୍ଷୀୟ ଶୁଭଙ୍କାର ମଲ୍ଲିକ ଓ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦକ୍ଷିଣ ଖଣ୍ଡ ଭୋଳ ଗ୍ରାମର ତେର ବର୍ଷୀୟ ସୋନୁ ମଲ୍ଲିକ । ଗତ ଶୁକ୍ରବାର ସ୍କୁଲ ଯିବାକୁ କହି ନିଜ ନିଜ ଘରୁ ବାହାରି ଥିଲେ । କିନ୍ତୁ ସେମାନେ ପଢ଼ୁଥିବା ହରିଅଁଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଂଚି ନଥିଲେ ।

ବିଳମ୍ବ ହେବାରୁ ଦୁହେଁ ପହଂଚି ନଥିବା ବେଳେ ଘର ଲୋକ ଦୁହିଁଙ୍କୁ ଖୋଜାଖୋଜି କରି ନପାଇବାରୁ ଥାନାର ଦ୍ୱାରସ୍ତ ହୋଇଥିଲେ । ସୋନୁଙ୍କ ବାପା ବାଇନ ମଲ୍ଲିକ କେନ୍ଦ୍ରାପଡ଼ା ସଦର ଥାନାରେ ଓ ଶୁଭଙ୍କରର ପରିବାର ଲୋକେ କୁଦାନଗରୀ ଥାନାରେ ଦୁଇଟି ଅଭିଯୋଗ ଦେଇଛନ୍ତି. । କୁଦାନଗରୀ ଥାନାରେ ୩୨୩/୨୩ ଓ କେନ୍ଦ୍ରାପଡ଼ା ସଦର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି । ୩ ଦିନ ବିତି ଯାଇଥିଲେବି ଏପର୍ଯ୍ୟନ୍ତ ନିଖୋଜ ଦୁଇ ନାବାଳକଙ୍କ ପତ୍ତା ମିଳିନି । ଶୁଭଙ୍କର ଓ ସୋନୁ ନିଖୋଜ ହେବା ପରେ ତାଙ୍କ ପରିବାର ବର୍ଗଙ୍କ ଆଖିରୁ ଲୁହ ଶୁଖୁନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି