Masthead

ପୋଲିସ ମୋବାଇଲ ନେଇଥିଲା, ଚୋରି ପାଇଁ ନା ସଚେତନତା ପାଇଁ ?

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ମୋବାଇଲ ଚୋରିରେ ମାତିଛନ୍ତିକି ବାଲେଶ୍ୱର ପୋଲିସ..? ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ବାଲେଶ୍ୱର ବଡ଼ ମେଡିକାଲକୁ ଆସିଥିବା ରୋଗୀଙ୍କ ସମ୍ପର୍କୀୟ । ସୂଚନାନୁସାରେ ଗତକାଲି ରାତିରେ ମହିଳା ଓ ପ୍ରସୂତି ବିଭାଗରେ ରୋଗୀମାନଙ୍କ ସମ୍ପର୍କୀୟ ମୋବାଇଲ ଚାର୍ଜରେ ବସାଇଥିଲେ । ହେଲେ କିଛି ସମୟପରେ ମୋବାଇଲ ଆଉ ନଥିଲା । ବହୁତ ଖୋଜାଖୋଜି ପରେ ଜାଣିବାକୁ ପାଇଥିଲେ ପୋଲିସ ସାଧା ପୋଷାକରେ ଆସି ୧୦ଟି ମୋବାଇଲ ନେଇଯାଇଛି । ମୋବାଇଲ ଗୁଡିକ ପୋଲିସ ପାଖରେ ଅଛି ଜାଣି ସକାଳେ ରୋଗୀମାନଙ୍କ ସମ୍ପର୍କୀୟ ଫାଣ୍ଡି ସାମ୍ନାରେ ହୋହଲ୍ଲା କରିଥିଲେ । ପରେ ପୋଲିସ ୧୦ଟି ମୋବାଇଲରୁ ୪ଟି ମୋବାଇଲ ଫେରାଇଛି । ବାକି ୬ଟି ମୋବାଇଲ ବିଷୟରେ କିଛି ଜାଣି ନଥିବା କହିଛି । ତେବେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଫାଣ୍ଡି ଅଧିକାରୀ ବିଜୟ ନାୟକ କହିଛନ୍ତି ଲୋକମାନେ ଏଣେ ତେଣେ ମୋବାଇଲକୁ ପକାଉଥିବାରୁ ସେମାନଙ୍କୁ ଶିକ୍ଷା ଦେବାକୁ ପୋଲିସ ଏପରି କରିଛି । ହେଲେ ଲୋକମାନେ ଆମକୁ ଭୁଲ ଭାବୁଛନ୍ତି ।

ତେବେ ବାଲେଶ୍ୱର ସାଂସଦ ତଥା ମନ୍ତ୍ରୀ ପ୍ରତାପ ସଢଙ୍ଗୀ ଏହି ଘଟଣାକୁ ନିନ୍ଦା କରିବା ସହ ଏହାର ତଦନ୍ତ ପାଇଁ ସିଡିଏମଓଙ୍କୁ ସୁପାରିସ୍ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ