Masthead

୪୮ଘଣ୍ଟା ପରେ କ୍ଷତିଗ୍ରସ୍ତ ବଗି ତଳୁ ଜୀବନ୍ତ ଯାତ୍ରୀ ଉଦ୍ଧାର

ରଖେ ହରି ମାରେ କିଏ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ୪୮ଘଣ୍ଟା ପରେ କ୍ଷତିଗ୍ରସ୍ତ ବଗି ତଳୁ ଜୀବନ୍ତ ଯାତ୍ରୀ ଉଦ୍ଧାର । ବାଲେଶ୍ୱର ଜିଲ୍ଲା କରମଣ୍ଡଳ ଦୁର୍ଘଟଣା ପରେ ୧୭କ୍ଷତିଗ୍ରସ୍ତ ବଗିକୁ ରେଳଧାରଣାରୁ ହଟାଇ ଦିଆଯାଇଥିଲା । ମାତ୍ର ଆଜି ସଂଧ୍ୟାରେ ଜଣେ ଯୁବକଙ୍କୁ ସେଇ ବଗିତଳୁ ଉଦ୍ଧାର କରାଯାଇଛି । ରେଳଧାରଣା ମରାମତି କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ମଧ୍ୟରୁ ଜଣେ ଏହି ଯୁବକଙ୍କୁ ଠାବ କରିଥିଲେ । ପରେ ସମସ୍ତ ରେଳକର୍ମଚାରୀ ମୂମୁର୍ଷୂ ଯୁବକଙ୍କୁ ଉଦ୍ଧାର କରି ସେଠାରେ ଥିବା ଡାକ୍ତର ଟିମଙ୍କ ନିକଟକୁ ନେଇଥିଲେ ।

ଷ୍ଟେସନରେ ଉପସ୍ଥିତ ଡାକ୍ତର ଟିମ୍ ଉକ୍ତ ଯୁବକଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ସୋର ଡାକ୍ତରଖାନାକୁ ପଠାଇ ଦେଇଥିଲେ । ପରେ ଉଦ୍ଧାର ଯୁବକଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦୀର୍ଘ ୪୮ଘଣ୍ଟା ଧରି ମରଣ ସହ ଜୁଝୁଥିବା ଯୁବକ ହେଲେ ଆସାାମ-ପଶ୍ଚିମବଙ୍ଗ ସୀମାର ଉତ୍ତରବଡ଼ବିଲ ଅଞ୍ଚଳର ଧୋଲା । ତାଙ୍କ ବାପାଙ୍କ ନାମ ସୁବାସ । ସେ ବିନା ଖାଦ୍ୟ ଓ ବିନା ପାଣିରେ ଦୀର୍ଘ ୪୮ଘଣ୍ଟା ପ୍ରଚଣ୍ଡ ଖରାରେ କିପରି ପଡିରହିଥିଲେ ଉଦ୍ଧାରକାରୀ ଦଳଙ୍କୁ ଚକିତ କରିଛି ।ଧୋଲାଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ