Masthead

କୋଟି କୋଟି ଟଙ୍କା ଠକିନେଲା ଦିଶା ଫାଉଣ୍ଡେସନ

ବାରିପଦା (ବଡ଼ ଖବର ବ୍ୟୁରୋ): ଚାକିରି କରାଇ ଦେବା ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକିନେଲା ଦିଶା ଫାଉଣ୍ଡେସନ। ନିର୍ଦ୍ଦେଶକ ଫେରାର ହୋଇଥିବା ବେଳେ ଥାନାରେ ଅଭିଯୋଗ ହୋଇଛି । ମାତ୍ର ଫଳାଫଳ ଶୂନ। ଠକାମୀର ଶିକାର ଯୁବପିଢ଼ି। କୋଟି କୋଟି ଟଙ୍କାର ଠକେଇ । ଚାକିରି ପ୍ରଲୋଭନ ଦେଖାଇ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ପ୍ରାୟ ଦେଢ଼ ବର୍ଷ ତଳୁ ଦିଶା ଫାଉଣ୍ଡେସନ ନାମକ ଏକ ସଂସ୍ଥା ଯୁବକଯୁବତୀମାନଙ୍କୁ ଚାକିରି ଦେବାକୁ କହି କୋଟି କୋଟି ଟଙ୍କା ଠକି ଥିବା ଅଭିଯୋଗ ହୋଇଛି ।

ଟାଟା ପାୱାର, ତହସିଲ ଏବଂ ଅନ୍ୟ ସରକାରୀ ସଂସ୍ଥାରେ ଚାକିରି କରେଇ ଦେବାର ପ୍ରଲୋଭନ ଦେଖାଇଥିଲା ଦିଶା ଫାଉଣ୍ଡେସନ । ଟିପିଏନ୍ଓଡିଏଲ ମିଟର ବସାଇବା କାର୍ଯ୍ୟରେ ନିୟୋଜିତ ହୋଇଛ କହି ଯୁବକ ଯୁବତୀଙ୍କୁ ପଠାଇଥିଲା । ଏକ ମାସ କାମ କଲା ପରେ ଦରମା ମାଗିଲା ପରେ ଦରମା ଦେଇନଥିଲା ଦିଶା ଫାଉଣ୍ଡେସନ୍। ପରେ ଜଣାପଡିଲା ଦିଶାର ଅସଲ ଉଦ୍ଦେଶ୍ୟ। ଠକାମୀର ଶିକାର ହୋଇଥିବା ଯୁବକମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ପୋଲିସ ହାତଯୋଡି ବସିଛି ।ସେତିକିରେ ସରିନି ଦିଶାର କଳାକାରନାମା ।

ଆରଆଇ ଚାକିରି ମଧ୍ୟ କରାଇ ଦେବ ବୋଲି କହି ଜଣେ ଅବିଭାବକଙ୍କ ଠାରୁ ପ୍ରାୟ ୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଟିପିଏନ୍ଓଡିଏଲର ଅଧିକାରୀମାନେ ମଧ୍ୟ ଏତେବଡ଼ ଚାଲ ବିଷୟରେ ସାମାନ୍ୟ ସୂଚନା ପାଇନଥିଲେ । ତେବେ ଏଭଳି କୌଣସି ସଂସ୍ଥାକୁ ଚାକିରି ପ୍ରଦାନ ପାଇଁ ଅଧିକୃତ କରି ନାହାନ୍ତି ବୋଲି ସୂଚନା ଦେଇଛନ୍ତି ଟିପିଏନ୍ଓଡିଏଲ କର୍ତ୍ତୃପକ୍ଷ । ବାରିପଦା ସହରରେ ଏଭଳି ଜାଲିଆତି ସମ୍ପର୍କରେ କୌଣସି ସରକାରୀ ବାବୁଙ୍କ ପାଖରେ ଖବର ନ ରହିବା ସାଧାରଣ ଲୋକଙ୍କୁ ଚକିତ କରିଛି । ଏ ଭଳି ସ୍ଥିତିରେ ଯୁବକଯୁବତୀମାନେ ସଚେତନ ହେବାର ଆବଶ୍ୟକତା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ