ପିପିଲି ପ୍ରାର୍ଥୀଙ୍କ ଭାଗ୍ୟ ସିଲ

ପୁରୀ (ବଡ଼ ଖବର ବ୍ୟୁରୋ): ଇଭିଏମରେ ସିଲ ହୋଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ମେସିନରେ ସୁଇଚ ଟିପି ୧୦ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ଭୋଟର । ଆସନ୍ତା ୩ ରେ ଜଣାପଡିବ ଫଳାଫଳା । କିଏ ଧରିବ ପିପିଲି-ଡ଼େଲାଙ୍ଗର ମଙ୍ଗ । ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ପିପିଲି ବିଧାନସଭା ଆସନ ପାଇଁ ଭୋଟ । ଗୁରୁବାର ରାତି ୭ଟା ଯାଏ ପିପିଲି ବ୍ଲକରେ ୮୦ ପ୍ରତିଶତ ଓ ଡ଼େଲାଙ୍ଗ ବ୍ଲକରେ ୭୬.୪୧ ପ୍ରତିଶତ ମତଦାନ ହୋଇଛି । ପିପିଲିରେ ୧୮୪ ଟି ବୁଥରେ ମତଦାନ ହୋଇଥିଲା । ମତଦାନ ଆରମ୍ଭ ହେବା ପୂର୍ବରୁ ମେସିନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା ।

ଯାହା ଦ୍ୱରା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । ପୂର୍ବାହ୍ନ ୧୦ ଟା ପରେ ସ୍ୱଭାବିକ ଭାବେ ଭୋଟ ଚାଲିଥିଲା । କରୋନା ଗାଇଡ ଲାଇନକୁ ମାନି ପିପିଇ କିଟ ପିନ୍ଧି ଭୋଟରମାନେ ଭୋଟ ଦେଇଥିଲେ । ସେପଟେ ଏହି ଉପନିର୍ବାଚନରେ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟ ଦେଇଥିଲେ । ୩୪୮ ବୁଥରେ ମତଦାନ ହୋଇଥିଲା । କଡ଼ା ସୁରକ୍ଷା ଭିତରେ ଭୋଟ ବାକ୍ସ ପୁରୀ ପେଣ୍ଠକଟାରେ ଥିବା ୱୟାର ହାଉସରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!