Masthead

ମିଲରଙ୍କ ମନଇଚ୍ଛା କଟନି ଛଟନି, ହନ୍ତସନ୍ତ ଚାଷୀ

ଏରସମା (ବଡ଼ ଖବର ବ୍ୟୁରୋ): ଧାନ ମଣ୍ଡିରେ ଅବ୍ୟବସ୍ଥା, ଚିନ୍ତାରେ ଚାଷୀ । ମିଲରଙ୍କ ମନଇଚ୍ଛା କଟନି ଛଟନିରେ ହନ୍ତସନ୍ତ ହେଉଛନ୍ତି ଚାଷୀ । ବସ୍ତା ପିଛା ଅଧିକ ୪କିଲୋ କାଟୁଛନ୍ତି ମିଲର । ଏରସମା ଚଟୁଆ ପ୍ରାଥମିକ କୃଷି ସମବାୟ ସମିତିରୁ ଆସିଛି ଏଭଳି ଅଭିଯୋଗ । ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଚାଷୀ । ସରକାରୀ ନିୟମ ବାଦ୍ ମନଇଛା କଟନି ଛଟନି କରୁଛନ୍ତି। କ୍ୟୁଣ୍ଟାଲ୍ ପିଛା ସରକାରୀ ନିୟମ ଅନୁସାରେ ଧାନ ତିନି କିଲୋ କାଟିବା କଥା କିନ୍ତୁ ମିଲର ବସ୍ତା ପିଛା ଅଧିକ ଚାରି କିଲୋ କାଟୁଛନ୍ତି । ଗତବର୍ଷ ଏଭଳି ଅବ୍ୟବସ୍ଥା ପାଇଁ ପୂର୍ବତନ ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଥିଲା ।

ଏବେ ମଧ୍ୟ ସମାନ ଅବସ୍ଥା । ଯେଉଁମାନେ ଚାଷୀମାନଙ୍କ ପାଇଁ ଆନେ୍ଦାଳନ କରୁଥିଲେ ଏବେ ସେମାନେ ମିଲରମାନଙ୍କ ସହ ମିଶି ମେଣ୍ଟ କରିଛନ୍ତି । ସମବାୟ ସମିତିର ଡାଇରେକ୍ଟର ଗୌରହରୀ ପାତ୍ରଙ୍କ ଠାରୁ ୨୦କିଲୋ ଧାନ କଟାଯାଇଥିବା ଅଭିଯୋଗ ହୋଇଛି । ସେପଟେ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମିଲର । ହିସାବରେ ଭୁଲ ହୋଇଥିବା କହିଛନ୍ତି । ଏହି ସବୁ ଘଟଣାରେ ମୋର କୌଣସି ଭୂମିକା ନାହିଁ କହିଛନ୍ତି ସମବାୟ ସମିତି ସମ୍ପାଦକ । ବୋର୍ଡର ରିଜଲୁ୍ୟସନ ଅନୁସାରେ ଧାନ କିଣା ଯାଉଛି ।

କ୍ରୟ କମିଟିର ସଭାପତି ଓ ବୋର୍ଡର ନିଷ୍ପତ୍ତି କ୍ରମେ ଚାଷୀମାନଙ୍କ ଠାରୁ ଧାନ କିଣାଯିବ । ସେପଟେ ନଛିପୁରା ଗ୍ରାମର ଚାଷୀ ପ୍ରଫୁଲ୍ଲ ସ୍ଵାଇଁ ମଣ୍ଡିରେ ଦୁଇଦିନ ଧରି ୧୮ କ୍ଵିଣ୍ଟାଲ ଧାନ ପକାଇ ରଖିଥିଲେ। ସେ ଧାନକୁ ମିଲର ନେବାକୁ ମନାକରିବାରୁ ସମ୍ପୃକ୍ତ ଚାଷୀ ନିରୁପାୟ ହୋଇ ଧାନକୁ ପୁନର୍ବାର ଘରକୁ ଫେରାଇ ନେଇଥିବାର ଜଣାପଡିଛି। ମିଲରଙ୍କ ଏଭଳି ମନମାନି ପାଇଁ ହଇରାଣ ହରକତ ହେଉଛନ୍ତି ଚାଷୀ । ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସମସ୍ୟାର ସମାଧାନ କରିବା ପାଇଁ ବାଲିକୁଦା ଏରସମା ବିଧାୟକ, ସମବାୟ ମନ୍ତ୍ରୀ, ଜଗତସିଂହପୁର ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚାଷୀମାନେ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା?