ଗାଁରେ ପହଞ୍ଚିଲା ମାଲେସିଆରେ ମୃତ ଯୁବକଙ୍କ ମରଶରୀର

ବରୀ (ବଡ଼ ଖବର ବ୍ୟୁରୋ): ମୃତ୍ୟୁର ୯ ଦିନ ପରେ ମାଲେସିଆରୁ ଆସି ଗାଁ ମାଟିରେ ପହଞ୍ଚିଲା ଓଡ଼ିଆ ଯୁବକଙ୍କ ମୃତ ଶରୀର। ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ପଞ୍ଚାୟତ କଳାଖଣ୍ଡ ଗ୍ରାମର ଜଗବନ୍ଧୁ ସାହୁଙ୍କ ପୁଅ ଜ୍ୟୋତିରଂଜନ ସାହୁ  ଦୀର୍ଘ ୬ ବର୍ଷ ଧରି ମାଲେସିଆର ଏକ ଘରୋଇ ହୋଟେଲ କାମ କରୁଥିଲେ। ଗତ ୧୬ ତାରିଖ ଦିନ ଜ୍ୟୋତିରଂଜନ ନିଜ ରୁମରେ ଆତ୍ମହତ୍ୟା କରିଥିବା ଖବର ପରିବାରଙ୍କ ନିକଟରେ ପହଞ୍ଚିଥିଲା।

ଯାହାକୁ ପରିବାର ଲୋକେ ବିଶ୍ୱାସ କରିନଥିଲେ ତାଙ୍କ ପୁଅ ଆତ୍ମହତ୍ୟା କରିପାରିବନି କହି ପୁଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ବରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାସହିତ ପୁଅର ମର ଶରୀର ଗାଁ ମାଟିକୁ ଫେରାଇ ଆଣିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ଜ୍ୟୋତିରଂଜନଙ୍କ ମାଆ ଚିଠି ଲେଖିବା ସହ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ ପରିବାର ଲୋକେ।

ସରକାରଙ୍କ ନୀତି ନିୟମ ଅନୁଯାୟୀ ସମସ୍ତ ବନ୍ଦୋବସ୍ତ କରାଯିବା ସହ ଶେଷରେ ୯ ଦିନ ପରେ ଆଜି ଜ୍ୟୋତିରଂଜନଙ୍କ ମରଶରୀର ଗାଁ ମାଟିରେ ପହଞ୍ଚିଛି। ଗାଁରେ ଜ୍ୟୋତିରଂଜନଙ୍କ ମରଶରୀର ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବିଜେଡି ନେତା ବିଶ୍ବରଂଜନ ମଲ୍ଲିକ ପରିବାର ନିକଟରେ ପହଞ୍ଚି ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏକ ଶୋକାକୂଳ ପରିବେଶରେ ଗାଁ ମଶାଣିରେ ଜ୍ୟୋତିରଂଜନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’