Masthead

ରାଜକୁମାର ହ୍ୟାରି, ମେଘାନ ଓ ବିବିସି ମଧ୍ୟରେ କଳହ

(ବଡ଼ ଖବର ବ୍ୟୁରୋ): ରାଜକୁମା ହ୍ୟାରି ଓ ତାଙ୍କ ପତ୍ନୀ ମେଘାନଙ୍କ ଦ୍ୱିତୀୟ ସନ୍ତାନର ନାମକରଣକୁ ନେଇ ଗଣମାଧ୍ୟମ ବିବିସି ମଧ୍ୟରେ କଳହ ସୃଷ୍ଟି ହୋଇଛି । ତେବେ ବିବିସି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ରାଜକୁମାର ହ୍ୟାରି ଓ ତାଙ୍କ ପତ୍ନୀ । ତେବେ ବିବିସି ଏକ ରିପୋର୍ଟ କରିଥିଲା ଯେଉଁଥିରେ ହ୍ୟାରି ଓ ମେଘାନ ତାଙ୍କ ଝିଅଙ୍କ ଶ୍ରଦ୍ଧାନାମ ରାଣୀ ଏଲିଜାବେଥଙ୍କ ଶ୍ରଦ୍ଧାନାମ ଅନୁସାରେ କରିବେ ବୋଲି ସେମାନେ ଏଲିଜାବେଥଙ୍କ ଅନୁମତି ନେଇନଥିଲେ । ଯାହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବେ ବୋଲି କହିଛନ୍ତି ରାଜକୁମାର ହ୍ୟାରି । କାଲିଫର୍ଣ୍ଣିଆ ଅନ୍ତର୍ଗତ ‘ସାନ୍ତା ବାର୍ବରା କଟେଜ୍‌ ହସ୍ପିଟାଲ୍‌’ରେ ଝିଅ ‘ଲିଲିବିଟ୍‌ ଡାଏନା ମାଉଣ୍ଟବେଟେନ୍‌-ୱିନ୍‌ସର୍‌’ ଜନ୍ମ ହୋଇଥିବା କଥା ହ୍ୟାରି ଓ ମେଘାନ୍ ଗତ ରବିବାର ଦିନ ଘୋଷଣା କରିଥିଲେ।

ଝିଅର ପ୍ରଥମ ନାମ ‘ଲିଲିବେଟ୍‌’ ଇଂଲଣ୍ଡ୍‌ର ମହାରାଣୀଙ୍କ ଡାକ ନାମାନୁସାରେ ଓ ମଝି ନାଆଁଟି ତା’ର ଜେଜୀମା ବା ହ୍ୟାରିଙ୍କ ମା’ ଡାଏନାଙ୍କ ସମ୍ମାନାର୍ଥେ ଦିଆଯାଇଥିବା କଥା ଉଭୟ ସ୍ପଷ୍ଟ କରିଥିଲେ। କିନ୍ତୁ, ବୁଧବାର ଦିନ ‘ବିବିସି’ ବ୍ରିଟିସ୍‌ ରାଜପ୍ରାସଦରୁ ଅନାମିତସୂତ୍ରରୁ ସଂଗ୍ରହ କରିଥିବା ରିପୋର୍ଟ ଅନୁସାରେ, ଝିଅର ନାଁ ଚୟନ କରିବା ପୂର୍ବରୁ ହ୍ୟାରି ଓ ମେଘାନ୍ ଏଲିଜାବେଥ୍‌ଙ୍କ ଅନୁମତି ଲୋଡ଼ି ନ ଥିଲେ। କିନ୍ତୁ, ସେମାନେ କହୁଛନ୍ତି ଯେ, ସେମାନେ ପ୍ରଥମେ ରାଣୀଙ୍କୁ ହିଁ ଫୋନ୍‌ କରି ଝିଅ ଜନ୍ମ କଥା କହିଥିଲେ। ‘ବିବିସି’ର ଏହି ରିପୋର୍ଟ ମିଥ୍ୟା ଏବଂ ମାନହାନୀଜନକ ବୋଲି ଉଲ୍ଲେଖ କରି ଦୁହେଁ କେତେକ ଗଣମାଧ୍ୟମ ପ୍ରତିଷ୍ଠାନକୁ ଚିଠି ପଠାଇଛନ୍ତି। ଏଭଳି ଅଭିଯୋଗର ପୁନରାବୃତ୍ତି ଅନୁଚିତ ବୋଲି ସେମାନେ କହିଛନ୍ତି। କିନ୍ତୁ, ଏ ପ୍ରସଙ୍ଗରେ କୌତଣସି ମନ୍ତବ୍ୟ ଦେବାକୁ ବକିଙ୍ଗ୍‌ହାମ୍‌ ପାଲେସ୍‌ ମନା କରି ଦେଇଛି। ସେମାନଙ୍କର ଝିଅ ଜନ୍ମ ହେତୁ ଆନନ୍ଦିତ ବୋଲି ରାଣୀ ଏଲିଜାବେଥ୍ ଓ ଯୁବରାଜ ଚାର୍ଲସ୍‌ ପୂର୍ବରୁ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ