Masthead

ନେଟ ବୋଲରରୁ ଟେଷ୍ଟ ବୋଲର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୟର୍କର କିଙ୍ଗ ଭାବେ ପରିଚିତ ଟି-ନଟରାଜନ ଶୁକ୍ରବାର ନିଜର ଟେଷ୍ଟ ଡେବ୍ୟୁ କରିଛନ୍ତି । ନେଟ ବୋଲର ଭାବରେ ଅଷ୍ଟ୍ରେଲିଆକୁ ଆସିଥିବା ନଟରାଜନ ଅଷ୍ଟ୍ରେଲିଆ ଗସ୍ତରେ ସମସ୍ତ ଫର୍ମାଟରେ ଡେବ୍ୟୁ କରିଛନ୍ତି । ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟରେ ନଟରାଜନ ଭାରତ ପକ୍ଷରୁ ଡେବ୍ୟୁ କରିଛନ୍ତି । ୩୦୦ ତମ ଖେଳାଳି ଭାବେ ନଟରାଜନ ଭାରତ ପାଇଁ ଡେବ୍ୟୁ କରିଛନ୍ତି । ଯଶପ୍ରୀତ ବୁମ୍ରା ଆହାତ ହୋଇ ଚତୁର୍ଥ ଟେଷ୍ଟରୁ ବାହାର ହେବା ପରେ ନଟରାଜନଙ୍କୁ ସ୍ଥାନ ମିଳିଛି । ନଟରାଜନ ଦଳକୁ ଆସିବା ପରେ ୨୦୧୪ ମସିହା ପରେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ଏକ ବାମହାତୀ ବୋଲର ସାମିଲ ହୋଇଛନ୍ତି । ଭାରତ-ଅଷ୍ଟ୍ରେଲିଆ ଚଦିନିକିଆ ସିରିଜରେ ନବଦୀପ ସାଇନଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିଲେ ନଟରାଜନ ।

ପରେ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜରେ ବରୁଣ ଚକ୍ରବତି ଆହାତ ହୋଇ ଏହି ସିରିଜରୁ ବାହାରିବା ପରେ ଟି ନଟରାଜନଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା । ନଟରାଜନ ଟି-୨୦ରେ ଦମଦାର ପ୍ରଦର୍ଶନ କରିଥିଲେ । ୩ଟି ଟି-୨୦ ଖେଳି ୬ ୱିକଟେ ଅକ୍ତିଆର କରିଥିଲେ ନଟରାଜନ । ଦ୍ୱିତୀୟ ଟେଷ୍ଟରେ ଉମେଶ ଯାଦବ ଆହାତ ହେବା ପରେ ନଟରାଜନଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା । ନିଜର ଟେଷ୍ଟ ପର୍ଦାପଣର ପ୍ରଥମ ଦିନରେ ୨ଟି ବଡ଼ ୱିକେଟ ଅକ୍ତିଆର କରିଥିଲେ ନଟରାଜନ । ସେଟ ବ୍ୟାଟ୍ସମ୍ୟାନ ମାର୍ଲସ ଲାବୁସାନେ ଓ ମ୍ୟାଥ୍ୟୁ ୱେଡଙ୍କୁ ପ୍ୟାଭିଲିୟନ ପଠାଇଥିଲେ । ନଟରାଜନଙ୍କ ଏହି ଦମଦାର ବୋଲିଂ ପାଇ ନଟରାଜନଙ୍କୁ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପର ଏକ ଦାବିଦାର ବୋଲର ଅଂଶ ବୋଲି ବିବେଚନା କରାଯାଉଛି । ନଟରାଜନ ଏପରି ବୋଲିଂ କରି ଏମିତି ଦେଶ ପାଇଁ ଅନେକ ଗୌରବ ଆଣନ୍ତୁ ଏତିକି ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼