Masthead

ଅନୁକମ୍ପା ଦେଖାଇଲେ ତିର୍ତ୍ତୋଲବାସୀ

ଜଗତସିଂପୁର (ବଡ଼ ଖବର ବ୍ୟୁରୋ): ସରିଲା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ । ବିଜେଡି ହାତରେ ରହିଲା ଏହି ଆସନ । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି । ସେ ୮୮ ହଜାର ୩୧୦ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପୀ ପ୍ରାର୍ଥୀ ରାଜକିଶୋର ବେହେରା ୪୬ ହଜାର ୬୦୭ ଭୋଟ ପାଇଛନ୍ତି । ଏଠାରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୮ ହଜାର ୭୭୮ ଭୋଟ ପାଇଛନ୍ତି । ସିପିଆଇ ପ୍ରାର୍ଥୀ ବିଜୟ କୁମାର ଭୋଇ ୧୧୦୯, ସ୍ୱାଧୀନ ପ୍ରାର୍ଥୀ ଅର୍ଜ୍ଜୁନ ଚରଣ ଭୋଇ ୫୨୯, ଗୋଲାପ ମଞ୍ଜରୀ ଭୋଇ ୧୮୩, ରବୀନ୍ଦ୍ର ନାଥ ସେଠୀ ୧୯୫, ରମେଶ ଚନ୍ଦ୍ର ମଲ୍ଲିକ ୨୧୦ ଓ ସଚିତ୍ରା ମଲ୍ଲିକ ୨୧୪ ଭୋଟ ପାଇଛନ୍ତି । ମୋଟ ୧୬୬୯୨୧ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ ।

ମୋଟ ୧୪ଟି ଟେବୁଲରେ ଭୋଟ ଗଣତି କରାଯାଇଥିଲା । ଜଗତସିଂହପୁର ସହରରେ ଥିବା ଏସଭିଏମ କଲେଜରେ ହୋଇଥିଲା ଭୋଟ ଗଣତି । କୋଭିଡ-୧୯ କଟକଣାକୁ ପାଳନ କରାଯାଇଥିଲା । ସମୁଦାୟ ୨୯ ରାଉଣ୍ଡ ଗଣତି ହୋଇଥିଲା ।

ବିଜେଡି ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ଏଠାରେ ଉପ ନିର୍ବାଚନ ଆବଶ୍ୟକତା ପଡ଼ିଥିଲା । ବିଜେଡି ଆଶା କରିଥିଲା ସ୍ୱର୍ଗତ ବିଧାୟକଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରି ସମବେଦନା ଭୋଟ ହାତେଇବ । ବିଜେଡିର ଆଶା ସଫଳ ହୋଇଛି । ତିର୍ତ୍ତୋଲବାସୀ ସମବେଦନା ଦେଖାଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ