ଅନୁକମ୍ପା ଦେଖାଇଲେ ତିର୍ତ୍ତୋଲବାସୀ

ଜଗତସିଂପୁର (ବଡ଼ ଖବର ବ୍ୟୁରୋ): ସରିଲା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ । ବିଜେଡି ହାତରେ ରହିଲା ଏହି ଆସନ । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି । ସେ ୮୮ ହଜାର ୩୧୦ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପୀ ପ୍ରାର୍ଥୀ ରାଜକିଶୋର ବେହେରା ୪୬ ହଜାର ୬୦୭ ଭୋଟ ପାଇଛନ୍ତି । ଏଠାରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୮ ହଜାର ୭୭୮ ଭୋଟ ପାଇଛନ୍ତି । ସିପିଆଇ ପ୍ରାର୍ଥୀ ବିଜୟ କୁମାର ଭୋଇ ୧୧୦୯, ସ୍ୱାଧୀନ ପ୍ରାର୍ଥୀ ଅର୍ଜ୍ଜୁନ ଚରଣ ଭୋଇ ୫୨୯, ଗୋଲାପ ମଞ୍ଜରୀ ଭୋଇ ୧୮୩, ରବୀନ୍ଦ୍ର ନାଥ ସେଠୀ ୧୯୫, ରମେଶ ଚନ୍ଦ୍ର ମଲ୍ଲିକ ୨୧୦ ଓ ସଚିତ୍ରା ମଲ୍ଲିକ ୨୧୪ ଭୋଟ ପାଇଛନ୍ତି । ମୋଟ ୧୬୬୯୨୧ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ ।

ମୋଟ ୧୪ଟି ଟେବୁଲରେ ଭୋଟ ଗଣତି କରାଯାଇଥିଲା । ଜଗତସିଂହପୁର ସହରରେ ଥିବା ଏସଭିଏମ କଲେଜରେ ହୋଇଥିଲା ଭୋଟ ଗଣତି । କୋଭିଡ-୧୯ କଟକଣାକୁ ପାଳନ କରାଯାଇଥିଲା । ସମୁଦାୟ ୨୯ ରାଉଣ୍ଡ ଗଣତି ହୋଇଥିଲା ।

ବିଜେଡି ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ଏଠାରେ ଉପ ନିର୍ବାଚନ ଆବଶ୍ୟକତା ପଡ଼ିଥିଲା । ବିଜେଡି ଆଶା କରିଥିଲା ସ୍ୱର୍ଗତ ବିଧାୟକଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରି ସମବେଦନା ଭୋଟ ହାତେଇବ । ବିଜେଡିର ଆଶା ସଫଳ ହୋଇଛି । ତିର୍ତ୍ତୋଲବାସୀ ସମବେଦନା ଦେଖାଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’