Masthead

ସାମ୍ନାକୁ ଆସିଲା ଡିଜେ ଆଜେକ୍ସଙ୍କ ଶେଷ ଅଡିଓ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଆ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟାକୁ ନେଇ ତଦନ୍ତ ଚଳାଇଛି ପୋଲିସ । ଏହାରି ଭିତରେ ସାମ୍ନାକୁ ଆସିଛି ଆଜେକ୍ସଙ୍କ ଶେଷ ଫଟୋ ଓ ଅଡିଓ ରେକର୍ଡ । ମୃତ୍ୟୁ ପୂର୍ବରୁ ଆଜେକ୍ସ ତାଙ୍କ ପ୍ରେମିକାଙ୍କୁ ପଠାଇଥିବା ସିଡ୍ୟୁଲ ମେଲ୍ ଏବଂ କିଛି ଅଡିଓ ଫାଇଲ । ଯେଉଁଥିରେ ବ୍ରେକ ଅପ୍ କାରଣରୁ ଏଭଳି ଏକ ଚରମନିଷ୍ପତି ନେଇଥିବା କଥା ସ୍ୱୀକାର କରିଛନ୍ତି ଆଜେକ୍ସ ।

ପ୍ରେମିକାର ଆଉ ଜଣେ ପୁରୁଷ ବନ୍ଧୁଙ୍କ ସହ ସଂପର୍କକୁ ନେଇ ସହିପାରିନଥିଲେ ଡିଜେ ଆଜେକ୍ସ । ଏହାପରେ ପ୍ରେମିକା ଉପହାର ଦେଇଥିବା ସାର୍ଟ ପିନ୍ଧି କାନ୍ଦି କାନ୍ଦି ସେଲଫି ନେଇଥିଲେ । ଏବଂ ତାପରେ ମେଲରେ ମନର କଥା କହି ଆତ୍ମହତ୍ୟା କରିଛନ୍ତି । ଆଜେକ୍ସଙ୍କ ମୃତ୍ୟୁକୁ ୪ ଦିନ ବିତିଛି । ଏହାରି ଭିତରେ ପୋଲିସ ଦୁଇଟି ଟିମ୍ ଗଠନ କରି ଆତ୍ମହତ୍ୟାର କାରଣ ଖୋଜୁଛି । ବାନ୍ଧବୀଙ୍କୁ ମଧ୍ୟ ପୋଲିସ ଜେରା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ