ଚାନ୍ଦବାଲିକୁ ସବ୍ ଡିଭିଜନ ମାନ୍ୟତା ଦାବି, ତହସିଲ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା

ଚାନ୍ଦବାଲି  (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲିକୁ ସଵ୍ ଡିଭିଜନ ମାନ୍ୟତା ଦାବି । ଏଯାହାକୁ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବାଇକ୍ ରାଲି କରାଯାଇଛି । ବିଜେପି କର୍ମୀମାନେ ଚାନ୍ଦବାଲି ସହର ପରିକ୍ରମା କରି ତହସିଲ ଅଫିସ ସମ୍ମୁଖରେ ପ୍ରତିବାଦ ସହ ତହସିଲଦାରଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ୬ ବର୍ଷ ହେଲା ଚାନ୍ଦବାଲିଵାସୀ ଏହି ଦାବି କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି କାର୍ଯାନୁଷ୍ଠାନ ନିଆଯାଇନାହିଁ । ଚାନ୍ଦବାଲିରୁ ଭଦ୍ରକ ପର୍ଯ୍ୟନ୍ତ ଦୂରତା ୫୨ କିମି ଥିବାବେଳେ ଅଫିସର ଏବଂ ଉଚ୍ଚ ପଦସ୍ଥ କର୍ମଚାରୀମାନେ ଚାନ୍ଦବାଲିକୁ ପହଞ୍ଚିବା ସମ୍ଭବ ହୋଇ ପାରୁନାହିଁ । ସେପଟେ ଚାନ୍ଦବାଲିକୁ ସବ୍ ଡିଭିଜନ ମାନ୍ୟତା ମିଳିଲେ ସରକାରଙ୍କର ସବୁଠୁ କମ୍ ଖର୍ଚ୍ଚରେ ସବ ଡିଭିଜନ ଅଫିସ ହୋଇ ପାରିବ ବୋଲି ଦାବି କରିଛନ୍ତି ଅଂଚଳବାସୀ। ଯଦି ସାଧାରଣ ନିର୍ବାଚନ ପୂର୍ବରୁ ଚାନ୍ଦବାଲିକୁ ସବ ଡିଭିଜନ ଭାବେ ମାନ୍ୟତା ନ ମିଳେ ତେବେ ଆଗାମୀ ଦିନରେ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ