Masthead

ଡିଏନଏ ରିପୋର୍ଟ ଆସିବା ପରେ ମୃତଦେହକୁ ଧରି ଗାଁକୁ ଫେରିଲେ ମୃତକଙ୍କ ପରିବାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହାଇଟେକ୍ ବିସ୍ଫୋରଣ ଘଟଣାରେ ଆସିଲା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ । ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ସହ ମିଶିଲା ରିପୋର୍ଟ ନିଜକୁ ଦୀଲିପ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା ମୃତ୍ୟୁ। ଗୁରୁତର ଅବସ୍ଥାରେ ଦିଲ୍ଲୀପ ସାମନ୍ତରାୟ ମୃତ ହୋଇଥିଲା । ଛଅ ତାରିଖ ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ଆଖି ବୁଜିଥିଲେ ଦିଲ୍ଲୀପ । ମୃତ୍ୟୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆ ଯାଇଥିଲା ସୂଚନା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଡିଏନଏ ଟେଷ୍ଟ ପାଇଁ ଦାବି ହୋଇଥିଲା ।

ଦିଲୀପ ସାମନ୍ତରାୟଙ୍କ ମା’ଙ୍କ ସାମ୍ପଲ ନେଇଥିଲା ପୋଲିସ । ପରିଚୟ ସ୍ପଷ୍ଟ ପରେ ଏବେ ପରିବାର ଲୋକଙ୍କୁ ଦିଆଯାଇଛି ମୃତଦେହ । ଡିଏନଏ ରିପୋର୍ଟ ନେଇ ଏଡିସିପି ପ୍ରକାଶ ପାଲ୍‌ଙ୍କ ସୂଚନା । ଏସିରେ ଗ୍ୟାସ୍‌ ଭର୍ତ୍ତି ବେଳେ ବିସ୍ଫୋରଣ ଘଟି ଗୁରୁତର ହୋଇଥିଲେ ୪ଜଣ। ହାଇଟେକ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧ ପାଇଛି । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଗତ ଡିସେମ୍ବର ୨୯ ତାରିଖ ସନ୍ଧ୍ୟାରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡରର ମରାମତି କାମ ଚାଲିଥିବା ବେଳେ ଫାଟି ଯାଇଥିଲା ଅକ୍ସିଜେନ୍ ସିଲିଣ୍ଡର ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୪ ଜଣଙ୍କ ଗୁରୁତର ଆହତ ହୋଇପଡିଲେ । ସେପଟେ ମୃତଦେହ ନ ନେବାକୁ ଦିଲ୍ଲୀପଙ୍କ ପରିବାର ଲୋକ ପ୍ରଥମେ ଜିଦ୍ ଧରି ମଂଚେଶ୍ୱର ଥାନା ଆଗରେ ଧାରଣା ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ