Masthead

ପିଅନ ସାଜିଛନ୍ତି ସର୍ବେସର୍ବା

ଭଦ୍ରକ, (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଧିନସ୍ତ ଦୋବଲ ସେବା ସମବାୟ ସମିତିରେ ଧାନ କିଣା, ଋଣ ଦେବା ନେବା ଏବଂ ଋଣ ଛାଡ଼ ଆଦିରେ ବ୍ୟାପକ ଦୁର୍ନୀତି ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମବାୟ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଆଦିଙ୍କ ଠାରେ ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଦୋବଲ ସେବା ସମବାୟ ସମିତିରେ ୧୮ ଶହ ଚାଷୀ ସଦସ୍ୟ ରହିଛନ୍ତି କିନ୍ତୁ ସମ୍ପାଦକ ଚାଷୀଙ୍କ ଅଗୋଚରରେ ସେମାନଙ୍କ ନାମରେ ଅଧିକ ଋଣ ଉଠାଇ ଟଙ୍କା ହଡପ କରିଛନ୍ତି । ଏପରିକି ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ଓ ଉଠାଣ ଅଜାଣତରେ ମଧ୍ୟ କରାଯାଉଛି ।

ସେହିପରି ସରକାର ଋଣ ଛାଡ଼ କରିଥିଲେ ମଧ୍ୟ ସେମାନଙ୍କ ଠାରୁ ଅଧିକ ସୁଧ ଆଦାୟ କରାଯାଉଛି । କେବଳ ସେତିକି ନୁହେଁ ଗୋଟିଏ ଗୋଟିଏ ଚାଷୀଙ୍କ ନାମରେ ଏକାଧିକ ପାସ ବୁକ ଖୋଲି ଋଣ ଉଠା ଯାଉଥିବା ସହିତ ଅଧିକାଂଶ ଚାଷୀଙ୍କ ପାସବୁକକୁ ମଧ୍ୟ ରଖି ଦେଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ ମାନେ । ସେହିପରି ଧାନ କିଣା ପାଇଁ ଚାଷୀ ପଞ୍ଜିକରଣ ମଧ୍ୟ କରାଯାଉନାହିଁ । ସାର ମଧ୍ୟ ଚାଷୀ ମାନେ ପାଉନାହାନ୍ତି । ସମ୍ପାଦକ ଅଫିସ ଆସୁନଥିବାରୁ ପିଅନ ସାଜିଛନ୍ତି ସର୍ବେସର୍ବା । ଏପରିକି ଚାଷୀମାନଙ୍କୁ ର୍ଦୁବ୍ୟବହାର କରୁଥିବାର ଅଭିଯୋଗ ମଧ୍ୟ ହୋଇଛି । ଏହି ସମବାୟ ସମିତିରେ ଲକ୍ଷ ଲକ୍ଷ ଟଙ୍କାର ଘୋଟଲା ହୋଇଥିବାରୁ, ତଦନ୍ତ କଲେ ସବୁ ତଥ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ଚାଷୀ ମାନେ ହାତ ଯୋଡି ସରକାରଙ୍କୁ ଗୁହାରି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ