Masthead

ଡାକ୍ତର କଲେନି ମୃତ ଘୋଷଣା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାରଲୋକେ

ସୋନପୁର (ବଡ଼ ଖବର ବ୍ୟୁରୋ):  ଡାକ୍ତର କଲେନି ମୃତ ଘୋଷଣା । ମୃତ ଶିଶୁକୁ ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାରଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କପାସିରା ଗାଁରେ । ସମ୍ରାଟ ପ୍ରଧାନ ତାଙ୍କର ଏକ ମାସର ଶିଶୁର ଦେହ ଖରାପ ହେବାରୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ବୁର୍ଲ୍ଲା ଡାକ୍ତରଖାନାକୁ ରେଫର କରିଥିଲେ । ସଙ୍ଗେ ସଙ୍ଗେ ସମ୍ରାଟ ନିଜ ଶିଶୁକୁ ୧୦୮ ଯୋଗେ ବୁର୍ଲା ଡାକ୍ତରଖାନାକୁ ନେଉଥିଲେ । ବାଟରେ ଉଲୁଣ୍ଡା ନିକଟରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା ।

ଶିଶୁଟିକୁ ବାପାମାଆ ଉଲୁଣ୍ଡା ଚିକିତ୍ସାଳୟକୁ ନେଇ ଡାକ୍ତରଙ୍କୁ ଦେଖାଇ ମୃତ୍ୟୁ ଘୋଷଣା କରିବା ପାଇଁ କହିଥିଲେ । ହେଲେ ସେଠାରେ ଡାକ୍ତରମାନେ ମୃତ୍ୟୁ ଘୋଷଣା କରିବା ପାଇଁ ମନା କରିଦେଇଥିଲେ । ସେଠାରୁ ପୁଣି ସମ୍ରାଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ସେଠାରେ ମଧ୍ୟ ଡାକ୍ତାରମାନେ ମୃତ ଘୋଷଣା କରିବା ପାଇଁ ମନା କରିଦେଇଥିଲେ । ଶେଷରେ ବାଧ୍ୟ ହୋଇ ମୃତ ଶିଶୁକୁ ଧରି ସମ୍ରାଟ ଓ ତାଙ୍କ ପତ୍ନୀ କୁନି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଡାକ୍ତରମାନେ ଶିଶୁଟିକୁ ମୃତ ଘଷୋଣା କରିଥିବା ପରିବାରଲୋକେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ