Masthead

ହକି ଓଡ଼ିଶା ଖେଳାଳିଙ୍କୁ ଅଣଦେଖା କରନ୍ତୁ ନାହିଁ: ହାଇକୋର୍ଟ

କଟକ(ବଡ଼ ଖବର ବ୍ୟୁରୋ) ହକି ଇଣ୍ଡିଆ ଦ୍ୱାରା ଗଠନ ହୋଇଥିବା ଆଡୋକ କମିଟି  ବିରୁଦ୍ଧରେ ହକି ଓଡ଼ିଶାର ଆଇନଗତ ଯୁଦ୍ଧ ଆରମ୍ଭ ହୋଇଛି । ରାଜ୍ୟରେ ଖେଳର କାର୍ଯ୍ୟକୁ ଦୃଷ୍ଟିରେ ରଖି ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ ନେଇଛି । ଓଡିଶା ହକି ଖେଳାଳିଙ୍କୁ ଅଣଦେଖା ନକରିବା ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ଚମ୍ପିୟାନସିପ ପାଇଁ ଦଳ ଚୟନ କରୁଥିବାବେଳେ ହକି ଓଡ଼ିଶା ପ୍ରୟୋଜିତ ଖେଳାଳିଙ୍କୁ ଅଣଦେଖା ନକରିବା ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛି । ତେବେ ଓଡ଼ିଶା ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ବୟସ ବର୍ଗଙ୍କ ପାଇଁ ଆୟୋଜିତ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ଚମ୍ପିୟାନସିପରେ ଅଂଶ ଗ୍ରହଣ କରିବାକୁ ହକି ଇଣ୍ଡିଆକୁ ନିର୍ଦ୍ଦେଶ ମାଗିଥିଲା । ଏହା ପାଇଁ ଏକ ଆବେଦନ ( IA ) ମଧ୍ୟ  କରିଥିଲା ।

ତେବେ ଆବେଦନର ଚୂଡାନ୍ତ ନିଷ୍ପତି ପାଇଁ ଡିସେମ୍ବର ୧ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଏପଟେ ଜଷ୍ଟିସ ସିଆର ଦାସ କହିଛନ୍ତି ଯେ, ଯଦିଓ ମୁଁ କୌଣସି ଖେଳ କିମ୍ବା ସଙ୍ଗଠନର କାର୍ଯ୍ୟର ଯତ୍ନ ନେବାକୁ ଆଡୋକ୍ କମିଟିର ପ୍ରଶଂସା କରେନାହିଁ, ଯାହା ଲିଖିତ ଆବେଦନରେ ବିବାଦର ବିଷୟ ଅଟେ । ତଥାପି ମୁଁ ଆବେଦନକାରୀ ସଙ୍ଗଠନ ଦ୍ୱାରା ମନୋନୀତ ଖେଳାଳୀଙ୍କ ଭାଗ୍ୟକୁ ନେଇ ଚିନ୍ତିତ । ୧୦ ଦିନ ମଧ୍ୟରେ ସର୍ବୋଚ୍ଚ ହକି ସଂସ୍ଥା ତଥା ହକି ଓଡିଶାର ଆଧିକାରୀଙ୍କ ବୈଠକ ଡକାଇବା ଏବଂ ଦିଲ୍ଲୀପ ତିର୍କିଙ୍କ ନେତୃତ୍ୱରେ ରାଜ୍ୟ ସଂସ୍ଥା ପ୍ରୟୋଜିତ ଖେଳାଳି ଚୟନର ମୋଡିଲିଟି ସ୍ଥିର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ସଂଗଠନ ଦ୍ୱାରା ପ୍ରୟୋଜିତ ଖେଳାଳିଙ୍କୁ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ଚମ୍ପିଆନସିପ ଏବଂ ଇଭେଣ୍ଟରେ ଅଂଶ ଗ୍ରହଣ କରିବାକୁ ଅନୁମତି ଦିଆଯାଉ ବୋଲି ଦାବି କରାଯାଇଛି ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ