Masthead

ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ

ବଡ଼ବିଲ (ବଡ଼ ଖବର ବ୍ୟୁରୋ): ବଡ଼ବିଲ ରେଞ୍ଜ ଗୁଆଲି ସେକ୍ସନ କେନ୍ଦୁଡିହିରେ ବନ କର୍ମଚାରୀଙ୍କୁ ମାଡ଼ ଘଟଣା । ଜଣେ ମହିଳା ସମେତ ୮ ଜଣ ଅଭିଯୁକ୍ତ ଗିରଫ ।ବଡ଼ବିଲ ରେଞ୍ଜ ଗୁଆଲି ସେକ୍ସନ କେନ୍ଦୁଡିହିରେ ବନ କର୍ମଚାରୀଙ୍କୁ ମାଡ଼ ଘଟଣାରେ ଜଣେ ମହିଳା ସମେତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରୁଗୁଡ଼ି ପୋଲିସ୍ । ଗତ ଶୁକ୍ରବାର ପାଖ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ ପାଇଁ ଯାଇଥିବା କେନ୍ଦୁଡିହି ଗ୍ରାମର ରୀନା ମୁଣ୍ଡା ଏବଂ ତାଙ୍କ ଦେଢ଼ଶୁର ସନ୍ତୋଷ ମୁଣ୍ଡା ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ । ମାତ୍ର କିଛି ଘଣ୍ଟା ପରେ ଘଟଣା ସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିବାବେଳେ, ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ରୀନାଙ୍କ ମୃତ୍ୟୁ ହୋଇଥିଲା ।

ତେବେ ବନ ବିଭାଗକୁ ସୂଚନା ଦିଆଯାଇଥିଲେବି ବନ କର୍ମଚାରୀ ବିଳମ୍ବରେ ପହଞ୍ଚିବା ଅଭିଯୋଗ କରି ଲୋକେ ତାତିଥିଲେ । ଉତ୍ୟକ୍ତ ଲୋକେ ଫରେଷ୍ଟର, ରେଞ୍ଜର ଓ ଅନ୍ୟ ବନ କର୍ମଚାରୀଙ୍କୁ ମାଡ଼ ମାରିବା ସହ ପୋଲିସ୍ କର୍ମଚାରୀଙ୍କୁ ଠେଲାପେଲା ମଧ୍ୟ କରିଥିଲେ । ଏହାର ଦୃଢ଼ ପ୍ରତିବାଦ କରିଥିଲା ଓଡ଼ିଶା ଅଣ ଗେଜେଟେଡ୍ ବନ ସେବା ସଂଘ, କେନ୍ଦୁଝର ଡିଭିଜନ୍ । ୪୮ ଘଣ୍ଟା ଭିତରେ ଅଭିଯୁକ୍ତ ମାନଙ୍କୁ ଗିରଫ କରା ନ ଗଲେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଏହି ଘଟଣାରେ ଆହୁରି ଗିରଫଦାରୀ ହେବ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା