Masthead

କାଦୁଅ ରାସ୍ତାରେ ଧାନ ରୋଇ ଗ୍ରାମବାସୀଙ୍କ ପ୍ରତିବାଦ

ବଙ୍ଗୋମୁଣ୍ଡା (ବଡ଼ ଖବର ବ୍ୟୁରୋ): ଶୁଣିଲାନି ପ୍ରଶାସନ, ପକ୍କା ରାସ୍ତା ନିର୍ମାଣ ଦାବିରେ କାଦୁଅ ପଚପଚ ରାସ୍ତାରେ ଧାନ ରୋଇ ଅଭିନବ ପ୍ରତିବାଦ କଲେ ଚୁଲିଫୁଙ୍କା ଗ୍ରାମବାସୀ । ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗ୍ରାମର ମୁଖ୍ୟ ବସ୍ତି ରାସ୍ତା ର ଅନେକ ସ୍ଥାନରେ ଖାଲ  ଓ କାଦୁଅ ଜମି ରହୁଛି ।ଏହି ରାସ୍ତା ଦେଇ ପ୍ରାୟ ୫ଟି ପଞ୍ଚାୟତ ର ହଜାର ହଜାର ଲୋକ ଦୈନିକ ଯିବା ଆସିବା କରନ୍ତି । ପକ୍କା ରାସ୍ତା ନଥିବା ଯୋଗୁଁ ସାମାନ୍ୟ ବର୍ଷାରେ ରାସ୍ତା କାଦୁଅ ହୋଇଯାଏ ।ରାସ୍ତାର ଦୁରାବସ୍ଥା ଯୋଗୁଁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।

 

ସ୍କୁଲ ଛାତ୍ରୀ ଛାତ୍ରୀ କାଦୁଅ ରାସ୍ତା ଦେଇ ବିଦ୍ୟାଳୟ ଯାଉଛନ୍ତି ଅନେକ ଥର ଗ୍ରାମର ଲୋକ ପକ୍କା ରାସ୍ତା ଦାବି କରୁଥିବା ବେଳେ ଗ୍ରାମର ବସ୍ତି ରାସ୍ତା ପକ୍କା ହୋଇନାହିଁ ।ବାରମ୍ବାର ପ୍ରଶାସନ ଠାରେ ଗୁହାରି ପରେ କେହି ନ ଶୁଣିବାରୁ ଗାଁର ମହିଳା ପୁରୁଷ ଏକଜୁଟ ହୋଇ ପ୍ରତିବାଦ କରିବା ସହ ରାସ୍ତାରେ ଧାନ ରୋଇଛନ୍ତି। ଆଗାମୀ ଦିନରେ ପକ୍କା ରାସ୍ତା ନିର୍ମାଣ ନହେଲେ ଆନ୍ଦୋଳନର ଚେତାବନି ଦେଇଛନ୍ତି । ଗାଁ ମଝି ରାସ୍ତାରେ ଶୀଘ୍ର କଂକ୍ରିଟରୋଡ ଓ ଡ୍ରେନ ନିର୍ମାଣ ପାଇଁ ଦାବି ହେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ