କାଦୁଅ ରାସ୍ତାରେ ଧାନ ରୋଇ ଗ୍ରାମବାସୀଙ୍କ ପ୍ରତିବାଦ

ବଙ୍ଗୋମୁଣ୍ଡା (ବଡ଼ ଖବର ବ୍ୟୁରୋ): ଶୁଣିଲାନି ପ୍ରଶାସନ, ପକ୍କା ରାସ୍ତା ନିର୍ମାଣ ଦାବିରେ କାଦୁଅ ପଚପଚ ରାସ୍ତାରେ ଧାନ ରୋଇ ଅଭିନବ ପ୍ରତିବାଦ କଲେ ଚୁଲିଫୁଙ୍କା ଗ୍ରାମବାସୀ । ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗ୍ରାମର ମୁଖ୍ୟ ବସ୍ତି ରାସ୍ତା ର ଅନେକ ସ୍ଥାନରେ ଖାଲ  ଓ କାଦୁଅ ଜମି ରହୁଛି ।ଏହି ରାସ୍ତା ଦେଇ ପ୍ରାୟ ୫ଟି ପଞ୍ଚାୟତ ର ହଜାର ହଜାର ଲୋକ ଦୈନିକ ଯିବା ଆସିବା କରନ୍ତି । ପକ୍କା ରାସ୍ତା ନଥିବା ଯୋଗୁଁ ସାମାନ୍ୟ ବର୍ଷାରେ ରାସ୍ତା କାଦୁଅ ହୋଇଯାଏ ।ରାସ୍ତାର ଦୁରାବସ୍ଥା ଯୋଗୁଁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।

 

ସ୍କୁଲ ଛାତ୍ରୀ ଛାତ୍ରୀ କାଦୁଅ ରାସ୍ତା ଦେଇ ବିଦ୍ୟାଳୟ ଯାଉଛନ୍ତି ଅନେକ ଥର ଗ୍ରାମର ଲୋକ ପକ୍କା ରାସ୍ତା ଦାବି କରୁଥିବା ବେଳେ ଗ୍ରାମର ବସ୍ତି ରାସ୍ତା ପକ୍କା ହୋଇନାହିଁ ।ବାରମ୍ବାର ପ୍ରଶାସନ ଠାରେ ଗୁହାରି ପରେ କେହି ନ ଶୁଣିବାରୁ ଗାଁର ମହିଳା ପୁରୁଷ ଏକଜୁଟ ହୋଇ ପ୍ରତିବାଦ କରିବା ସହ ରାସ୍ତାରେ ଧାନ ରୋଇଛନ୍ତି। ଆଗାମୀ ଦିନରେ ପକ୍କା ରାସ୍ତା ନିର୍ମାଣ ନହେଲେ ଆନ୍ଦୋଳନର ଚେତାବନି ଦେଇଛନ୍ତି । ଗାଁ ମଝି ରାସ୍ତାରେ ଶୀଘ୍ର କଂକ୍ରିଟରୋଡ ଓ ଡ୍ରେନ ନିର୍ମାଣ ପାଇଁ ଦାବି ହେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’