Masthead

୨୦ ପରିବାରର ଶୋଷ ମେଣ୍ଟାଉଛି ନାଳ ଚୂଆ ପାଣି

ନାକଟିଦେଉଳ (ବଡ଼ ଖବର ବ୍ୟୁରୋ): ସରକାର ଗରିବଙ୍କ ପାଇଁ ମାଳମାଳ ଯୋଜନା କରୁଛନ୍ତି । ହେଲେ ସେ ସବୁ ସଠିକ ଲୋକଙ୍କ ପାଖରେ ପହଞ୍ଚି ପାରୁନି । ସ୍ୱାଧିନତାର ଦୀର୍ଘ ୭ ଦଶନ୍ଧି ପରେ ମଧ୍ୟ ଲୋକେ ନିଜର ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇ ଝାଟିମାଟି ଘରେ ତାଳ ବରଡା ଛପର କରି ଦୟନୀୟ ଜୀବନ ବିତାଉଛନ୍ତି । ଏମାନଙ୍କର ଅବସ୍ଥା ଦେଖିଲେ ସରକାରୀ ଯୋଜନାର ବାସ୍ତବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ । ସରକାରୀ ଯୋଜନାର ଏପରି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକରେ । ଘୋଷରାମାଳ ପଞ୍ଚାୟତ କୁଡାନାଳୀ ଶଙ୍ଖପୁର ଗ୍ରାମ ମଲ୍ଲାର ସାହିରେ ପ୍ରାୟ ୭୦ ବର୍ଷ ହେଲା ୨୦ଟି ପରିବାର ରହୁଛନ୍ତି ।

୧୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ହେଲେ ସାହିରେ ଥିବା ନଳକୂପଟି ଲୋକଙ୍କ ଶୋଷ ମେଣ୍ଟାଇ ପାରୁ ନାହିଁ । ତେଣୁ ସାହି ଲୋକେ ବାଧ୍ୟ ହୋଇ ନିକଟସ୍ଥ ନାଳରୁ ଚୂଆ ଖୋଳି ପିଇବା ପାଣି ସଂଗ୍ରହ କରୁଛନ୍ତି । ସେହିପରି ସାହିକୁ ପକ୍କା ସଡକ ଟିଏ ମଧ୍ୟ ନାହିଁ । ଆବାସ ଯୋଜନାରୁ ମଧ୍ୟ ବହୁ ଲୋକ ବଞ୍ଚିତ ହୋଇଛନ୍ତି । ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ସରକାର ମାଳମାଳ ଯୋଜନା କରିଥିଲେ ସୁଦ୍ଧା ଏହାର ଫଳ ଶୂନ । କେବଳ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଛଡା ଆଉ କିଛି ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରି ନାହିଁ ।

ନିର୍ବାଚନ ପରେ ନିର୍ବାଚନ ହେଉଛି । ନେତା ଠାରୁ କର୍ମୀ ସମସ୍ତେ ଆସି ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ନେଉଛନ୍ତି । ଭୋଟ ସରିଲା ପରେ ସବୁ ଭୁଲି ଯାଉଛନ୍ତି ବୋଲି ଏଠାକାର ଲୋକେ କହିଛନ୍ତି । ସରକାର ସେମାନଙ୍କ ସମସ୍ୟା ପ୍ରତି ଦ୍ରୁଷ୍ଟି ଦେଇ ଶୀଘ୍ର ବିଶୁଦ୍ଧ ପାଣିର ବ୍ୟବସ୍ଥା କରିବା ସହ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ସାହିର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା