Masthead

ଅବକାରୀ ବିଭାଗର ଚଢାଉ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଆସିକା ଅବକାରୀ ଓ ବ୍ରହ୍ମପୁର ଗୋଇନ୍ଦା ସଂସ୍ଥା ପକ୍ଷର ମିଳିତରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଆଜି ଭୋର ସକାଳ ସମୟରେ ଆସିକା ସହରର ଠେଙ୍ଗାପଲ୍ଲୀ, ଗଣ୍ଡପଲୀ, କଳିଙ୍ଗ ରୋଡ ଆଇ.ବି ବଙ୍ଗଳା ଓ ଛତାପଡିଆ ଠାରେ ଚଢ଼ାଉ କରି ୭ ଆସାମୀଙ୍କୁ ଗିରଫ କରିଥିଲେ । ସେମାନଙ୍କ ନିକଟରୁ ପ୍ଲାଷ୍ଟିକ ବ୍ୟାରେଲ, ରସ ତସଲା ସାଙ୍ଗକୁ ବିଭିନ୍ନ ଦେଶୀ ମଦ ପ୍ରସ୍ତୁତି ସରଞ୍ଜାମ ଜବତ କରାଯାଇଛି ।

ପ୍ରାୟ ୨୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଗିରଫ ଆସାମୀ ମାନଙ୍କ ନାମରେ ପୃଥକ ପୃଥକ ମାମଲା ରୁଜୁ କରାଯାଇଛି । ଏହି ଚଢ଼ାଉ ବେଳେ ଆସିକା ଓ.ଆଇ.ସି ପ୍ରଦୀପ କୁମାର ମହାନ୍ତି, ବ୍ରହ୍ମପୁର ଏକ୍ସସାଇଜ ଇଣ୍ଟେଲିଜେନ୍ସ ବ୍ୟୁରୋ ଗିତାଞ୍ଜଳି ସାହୁ,ଆସିକା ଅବକାରୀ ଇନ୍ସପେକ୍ଟର ଧୀରେନ ବେହେରା ସାଙ୍ଗକୁ ଏଏସାଇ, କନେଷ୍ଟବଳ ସିମିଲ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ