Masthead

ସବାରୀ ବୋହିଲେନି ବୋଲି ୩୦ହରିଜନ ପରିବାରକୁ ଗାଁରୁ ତଡ଼ିଦେଲେ

ବ୍ରହ୍ମପୁର(ବଡ଼ ଖବର ବ୍ୟୁରୋ): ଆଜି ବି କଙ୍ଗାରୁ କୋର୍ଟରେ ନିଆଯାଉଛି ଭୟାନକ ନିଷ୍ପତ୍ତି । ଲୋକଙ୍କୁ କରାଯାଉଛି ନିଆଁପାଣି ବାସନ୍ଦ । ବାଧ୍ୟହୋଇ ଭିଟାମାଟି ଛାଡୁଛନ୍ତି ଲୋକେ। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର ଗ୍ରାମରୁ ବାସନ୍ଦ ହୋଇଛନ୍ତି କିଛି ଦଳିତ ପରିବାର। ଗ୍ରାମବାସୀଙ୍କ ଦ୍ୱାରା ଭିଟାମାଟିରୁ ବିତାଡିତ ହେବାପରେ ଆଶ୍ରୟ ନେଇଛନ୍ତି ବ୍ରହ୍ମଗିରି ଥାନା ନାଥପୁର ଗ୍ରାମରେ । ଆଉ ମୁଣ୍ଡ ଗୁଞ୍ଜିବାକୁ ତିଆରି କରିଛନ୍ତି ତମ୍ବୁ ପାଲଟଣା ଘର। ନା ମିଳୁଛି ପ୍ରାଶାସନିକ ସହାୟତା ନା ମିଳୁଛି ନ୍ୟାୟ, ନିଆଁପାଣି ବାସନ୍ଦ ଫଳରେ ଏଭଳି ଦହଗଞ୍ଜ ଅବସ୍ଥାରେ ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ଜୀବନ ବିତାଉଛନ୍ତି ଶତାଧିକ ପୁରୁଷ ଓ ସ୍ତ୍ରୀ ଲୋକ।

ଦଳିତ ସମ୍ପ୍ରଦାୟର ଲୋକ ପୂର୍ବରୁ ଗ୍ରାମବାସୀଙ୍କ ସବାରୀ ବୋହିବା କାମ କରି ଚଳୁଥିଲେ ମାତ୍ର ସମ୍ପ୍ରଦାୟର କିଛି ଶିକ୍ଷିତ ଯୁବଗୋଷ୍ଠୀ ଏହି କାର୍ୟ୍ୟକୁ ବିରୋଧ କରିବାରୁ ଆରମ୍ଭ ହୋଇଥିଲା ବିବାଦ। ସେହିପରି ବମ୍ବେଇ ଲଡୁ ଖାଇବାକୁ କେନ୍ଦ୍ରକରି ହରିଜନ ଗୋଷ୍ଠୀର ଏକ ଯୁବକ ଓ ଗ୍ରାମର ଅନ୍ୟଏକ ଯୁବକଙ୍କ ମଧ୍ୟରେ ଲାଗିଥିଲା କଳହ। ଫଳରେ ଉଭୟ ପକ୍ଷରୁ କୃଷ୍ଣପ୍ରସାଦ ଥାନାରେ ଏତଲା ଦାୟାର ହୋଇଥଲା। ଫଳରେ ଗାଁ ଦୋକାନରୁ ରାସନ ସାମଗ୍ରୀ କିଣିବା ଠାରୁ ଆରମ୍ଭକରି ଚିଲିକାରେ ମାଛମାରିବା, ପୋଖରିରେ ଗାଧୋଇବା, ଗାଁ ନଳକୂପରୁ ପାଣି ବ୍ୟବହାର କରିବା, ଘାଟ ଡଙ୍ଗାରେ ଯାତାୟତ ପର୍ୟ୍ୟନ୍ତ ସବୁକିଛି ଅସମ୍ଭବ ହୋଇପଡିଲା ଏମାନଙ୍କ ପାଇଁ। ପରେ ବାଧ୍ୟହୋଇ ଚିଲିକା ଦ୍ୱୀପସ୍ଥ ବ୍ରହ୍ମପୁର ଗ୍ରାମରୁ ଭିଟାମାଟି ଛାଡିବାକୁ ବାଧ୍ୟହେଲେ ଏମାନେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ