ସବାରୀ ବୋହିଲେନି ବୋଲି ୩୦ହରିଜନ ପରିବାରକୁ ଗାଁରୁ ତଡ଼ିଦେଲେ

ବ୍ରହ୍ମପୁର(ବଡ଼ ଖବର ବ୍ୟୁରୋ): ଆଜି ବି କଙ୍ଗାରୁ କୋର୍ଟରେ ନିଆଯାଉଛି ଭୟାନକ ନିଷ୍ପତ୍ତି । ଲୋକଙ୍କୁ କରାଯାଉଛି ନିଆଁପାଣି ବାସନ୍ଦ । ବାଧ୍ୟହୋଇ ଭିଟାମାଟି ଛାଡୁଛନ୍ତି ଲୋକେ। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର ଗ୍ରାମରୁ ବାସନ୍ଦ ହୋଇଛନ୍ତି କିଛି ଦଳିତ ପରିବାର। ଗ୍ରାମବାସୀଙ୍କ ଦ୍ୱାରା ଭିଟାମାଟିରୁ ବିତାଡିତ ହେବାପରେ ଆଶ୍ରୟ ନେଇଛନ୍ତି ବ୍ରହ୍ମଗିରି ଥାନା ନାଥପୁର ଗ୍ରାମରେ । ଆଉ ମୁଣ୍ଡ ଗୁଞ୍ଜିବାକୁ ତିଆରି କରିଛନ୍ତି ତମ୍ବୁ ପାଲଟଣା ଘର। ନା ମିଳୁଛି ପ୍ରାଶାସନିକ ସହାୟତା ନା ମିଳୁଛି ନ୍ୟାୟ, ନିଆଁପାଣି ବାସନ୍ଦ ଫଳରେ ଏଭଳି ଦହଗଞ୍ଜ ଅବସ୍ଥାରେ ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ଜୀବନ ବିତାଉଛନ୍ତି ଶତାଧିକ ପୁରୁଷ ଓ ସ୍ତ୍ରୀ ଲୋକ।

ଦଳିତ ସମ୍ପ୍ରଦାୟର ଲୋକ ପୂର୍ବରୁ ଗ୍ରାମବାସୀଙ୍କ ସବାରୀ ବୋହିବା କାମ କରି ଚଳୁଥିଲେ ମାତ୍ର ସମ୍ପ୍ରଦାୟର କିଛି ଶିକ୍ଷିତ ଯୁବଗୋଷ୍ଠୀ ଏହି କାର୍ୟ୍ୟକୁ ବିରୋଧ କରିବାରୁ ଆରମ୍ଭ ହୋଇଥିଲା ବିବାଦ। ସେହିପରି ବମ୍ବେଇ ଲଡୁ ଖାଇବାକୁ କେନ୍ଦ୍ରକରି ହରିଜନ ଗୋଷ୍ଠୀର ଏକ ଯୁବକ ଓ ଗ୍ରାମର ଅନ୍ୟଏକ ଯୁବକଙ୍କ ମଧ୍ୟରେ ଲାଗିଥିଲା କଳହ। ଫଳରେ ଉଭୟ ପକ୍ଷରୁ କୃଷ୍ଣପ୍ରସାଦ ଥାନାରେ ଏତଲା ଦାୟାର ହୋଇଥଲା। ଫଳରେ ଗାଁ ଦୋକାନରୁ ରାସନ ସାମଗ୍ରୀ କିଣିବା ଠାରୁ ଆରମ୍ଭକରି ଚିଲିକାରେ ମାଛମାରିବା, ପୋଖରିରେ ଗାଧୋଇବା, ଗାଁ ନଳକୂପରୁ ପାଣି ବ୍ୟବହାର କରିବା, ଘାଟ ଡଙ୍ଗାରେ ଯାତାୟତ ପର୍ୟ୍ୟନ୍ତ ସବୁକିଛି ଅସମ୍ଭବ ହୋଇପଡିଲା ଏମାନଙ୍କ ପାଇଁ। ପରେ ବାଧ୍ୟହୋଇ ଚିଲିକା ଦ୍ୱୀପସ୍ଥ ବ୍ରହ୍ମପୁର ଗ୍ରାମରୁ ଭିଟାମାଟି ଛାଡିବାକୁ ବାଧ୍ୟହେଲେ ଏମାନେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ