Masthead

ରଥଯାତ୍ରାରେ ଉଡିବନି ଡ୍ରୋନ

ପୁରୀ (ବଡ଼ ଖବର ବ୍ୟୁରୋ): ରଥଯାତ୍ରା ପାଇଁ ପୁରୀ ଡ୍ରୋନ ଉଡାଣକୁ ନା । ୧୬ ତାରିଖରୁ ପୁରୀରେ ଆଉ ଉଡିପାରିବନି ଡ଼୍ରୋନ । ଡ଼୍ରୋନ ଉଡାଣ ବନ୍ଦ ନେଇ ଆସିଲା କଟକଣା । କଟକଣା ଲଗାଇଲେ ଜିଲ୍ଲା ପ୍ରଶାସନ । ଖାଲି ପୁରୀ ଭିତରେ ନୁହେଁ ସହରର ୫ କିଲୋମିଟର ପରିଧି ଭିତରେ ଡ୍ରୋନ ଉଡିପାରିବ ନାହିଁ । ଆଗକୁ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଶ୍ରୀକ୍ଷେତ୍ରରେ ହେବ ନାହିଁ ନଥିବା ଭିଡ଼ । ସୁରକ୍ଷା ଦୃଷ୍ଟି ସହିତ ଅପରାଧିକ କାର୍ଯ୍ୟକଳାପକୁ ନଜରରେ ରଖି ପ୍ରଶାସନ ଏଭଳି କଟକଣା ଜାରି କରାଯାଇଛି ।

ସୁରକ୍ଷା ଏବଂ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ ପୁରୀ ସହରର ୫ କିଲୋମିଟର ପରିସର ମଧ୍ୟରେ ଥିବା ଅଞ୍ଚଳକୁ ୧୬ ଜୁଲାଇ ୨୦୨୬ ରୁ ୨୭ ଜୁଲାଇ ୨୦୨୬ ପର୍ଯ୍ୟନ୍ତ “ନିଷେଧ ଉଡ଼ାଣ କ୍ଷେତ୍ର” ଭାବରେ ଘୋଷଣା କରିଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ସେପଟେ ପୁରୀର ପୋଲିସ ଅଧିକ୍ଷକଙ୍କ ସହ ପରାମର୍ଶ କରି ଜିଲ୍ଲା ପ୍ରଶାସନ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯଦି ଏହାକୁ କିଏ ଉଲ୍ଲଙ୍ଘନ କରେ ତେବେ ସେହି ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅତିରିକ୍ତ ଜିଲ୍ଲାପାଳଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ