ନବ ଦାସ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ : ପ୍ରଦୀପ ପୁରୋହିତ

ଭୁବନେଶ୍ୱର (ବଡ଼ ଖବର) : ନବଙ୍କ ହତ୍ୟାକୁ ନେଇ ଘନଉଛି ବିବାଦ। ଦିନକୁ ଦିନ ଆସୁଛି ଗୋଟେ ପରେ ଗୋଟେ ରୋଚକ ବୟାନ । ହେଲେ ଗୋପାଳ କାହିଁକି ମନ୍ତ୍ରୀଙ୍କୁ ହତ୍ୟା କରିଛି ତାହା ଏବେ ବି ରହସ୍ୟ ଘେରରେ । ଘଟଣାରୁ ପରଦା ଉଠାଇବା ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଫଳ ଶୂନ୍ ।ଏହି ଘଟଣାକୁ ନେଇ ବିଜେପି ଆଣିଛି ସଙ୍ଗୀନ ଅଭିଯୋଗ । ବିଜେଡିରୁ ମୁଖ୍ୟମନ୍ତ୍ରୀ ହେବା ଚିନ୍ତା କରିବା ନବ ଙ୍କ ପାଇଁ ହେଲା କାଳ ।

ଜ୍ୟୋତିଷଙ୍କ ଉପଦେଶରେ ସେ ଶନିଙ୍କ ପାଖକୁ ଯାଇ ମୁଖ୍ୟମନ୍ତ୍ରୀ ହେବେ ବୋଲି ପୂଜାର୍ଚ୍ଚନା କରିଥିଲେ । ତାହା ଜାଣିବା ପରେ ତାଙ୍କର ହତ୍ୟା କରାଯାଇଥିବା ଦଳର ପଶ୍ଚିମ ଓଡ଼ିଶା ନେତା ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି । ଗୋପାଳ କେବଳ ସୁଟର କିନ୍ତୁ ହ୍ୟାଣ୍ଡଲର ଆଉ ଜଣେ କିଏ । ଏହା ପଛରେ ରହିଛି ବହୁତ ବଡ଼ ବଡ଼ ମୁଣ୍ଡଙ୍କ ହାତ । ସେପଟେ ଏହି ଘଟଣାରେ ପୁଣି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ନବ ଖାଲି ମନ୍ତ୍ରୀ ନଥିଲେ । ସେ ଜଣେ ଭଲ ମଣିଷ ଥିଲେ । ତାଙ୍କ ହତ୍ୟା ତଦନ୍ତ ଏମିତି ହେବାଟା ରାଜ୍ୟ ପାଇ ଶୁଭଙ୍କର ନୁହେଁ। ଜଣ ମନ୍ତ୍ରୀଙ୍କ ହତ୍ୟାକୁ ବୂିରୋଧୀ ରାଜନୀତିକରଣ ନ କରନ୍ତୁ ବୋଲି କହିଛି ଶାସକ ଦଳ । ଆଉ କେତେ ଦିନ ଗଲେ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାର ଖୁଲାସା କରିବାରେ ସକ୍ଷମ ହେବ ରାଜ୍ୟ ପୋଲିସ ବିଭାଗ ତାକୁ ନେଇ ଉଠିଛି ଏବେ ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’