Masthead

ସଂସଦରେ ମଣିପୁର ତାତି, ସସପେଣ୍ଡ ହେଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁର ହିଂସାକୁ ନେଇ ହଙ୍ଗାମାଜାରି । ଲୋକସଭା ଓ ରାଜ୍ୟସଭାରେ ବିରୋଧୀଙ୍କ ହଲ୍ଲାବୋଲ । ଦୁଇ ମହିଳାଙ୍କ ସହିତ ହୋଇଥିବା ଅଭାବନୀୟ ନିର୍ଯାତନା ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଛି । ମଣିପୁରରେ ଏଭଳି ହଂସା କାହିଁକି ଘଟଣା । ସରକାର ଏହାର ଉତ୍ତର ଦିଅନ୍ତୁ କହି ଆପ୍ ସାଂସଦ ସଞ୍ଜୟ ସିଂ ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କ ଚୌକି ସମ୍ମୁଖକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ । ଏପରିକି ବଡ଼ ପାଟିରେ ହୋହଲ୍ଲା କରି ମାଗିଥିଲେ ଜବାବ । ସଭାପତି ଏନେଇ ଶାନ୍ତ ହେବାକୁ କହିଥିଲେ ମଧ୍ୟ ଶୁଣିନଥିଲେ ସଞ୍ଜୟ ।

ଏହାରି ମଧ୍ୟରେ ବିଜେପି ସାଂସଦ ପୀୟୁଷ ଗୋୟଲ କହିଥିଲେ, ସଞ୍ଜୟଙ୍କର ଏଭଳି ବ୍ୟବହାର ଠିକ ନୁହେଁ । ଏହା ସଂସଦର ନିୟମ ବିରୁଦ୍ଧ ଅଟେ । ସେ ମୋସନ ଆଣିଥିଲେ, ସଂଜୟ ସିଂହଙ୍କୁ ନିଲମ୍ବିତ କରାଯାଉ । ଏହି ପ୍ରସ୍ତାବରେ ସଭାପତି ଜଗଦୀପ ଧନଖଡ ସଞ୍ଜୟ ସିଂହଙ୍କୁ ବାରମ୍ବାର ନିୟମକୁ ଉଲଙ୍ଘନ କରିବା କହି ଚଳିତ ମୌସୁମୀ ଅଧିବେଶନର ବଳକା କାର୍ଯ୍ୟ ଦିବସରୁ ସସପେଣ୍ଡ କରିଥିଲେ । ଯାହାର ତୀବ୍ର ପ୍ରତିବାଦ କରିଛି ଆମ୍ ଆଦମୀ ପାର୍ଟି । ବିରୋଧୀଙ୍କ ଆକ୍ରମଣର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆମେ ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ବିରୋଧୀ ପଛଘୁଂଚା ଦେଉଛନ୍ତି । ମଣିପୁର ହିଂସା ଭିତରେ ଆରୋପ-ପ୍ରତ୍ୟାରୋପର ରାଜନୀତି ଲୋକସଭା ଓ ରାଜ୍ୟସଭାରେ ଦେଖିବାକୁ ମିଳୁଛି । ପ୍ରସଙ୍ଗ ଥମିବା ବଦଳରେ ଉଗ୍ରରୂପ ଧାରଣ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ