Masthead

କ୍ୟାପିଟାଲ ହସ୍ପିଟାଲରେ ଆଜି କରୋନା ଟିକାର ଡ୍ରାଏ ରନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଓଡ଼ିଶା ସମେତ ସାରା ଦେଶରେ ଆରମ୍ଭ ହେବ କରୋନା ଟିକାର ଡ୍ରାଏ ରନ । ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଡ଼୍ରାଏ ରନ କରାଯିବ । ଏହାପୂର୍ବରୁ ଦେଶର ୪ଟି ରାଜ୍ୟରେ ଏହି କରୋନା ଟିକାର ଡ୍ରାଏ ରନ ସରିଛି । ଆଜି ଓଡ଼ିଶା ସମେତ ସାରା ଦେଶରେ ଏହାର ଡ୍ରାଏ ରନ ଆରମ୍ଭ ହେବ । ଓଡ଼ିଶାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଏହାର ଡ୍ରାଏ ରନ ଆରମ୍ଭ ହେବ ।

ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ନକ୍ସା ପ୍ରସ୍ତୁତ ସରିଛି । କୋଟି କୋଟି ଲୋକ ଟିକା ପାଇଁ ଅପେକ୍ଷା କରିଛନ୍ତି । ତେଣୁ ସମସ୍ତଙ୍କୁ କିପରି ସୁରୁଖୁରୁରେ ଟିକା ମିଳିପାରିବ ସେ ନେଇ ଏକ ମକ୍ ଡ଼୍ରିଲ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାକୁ କିପରି ଟିକା ମିଳିବ , କିପରି ସମସ୍ତଙ୍କ ପାଖରେ ଟିକା ପହଞ୍ଚି ପାରିବ ସେ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତି ଟିକାକରଣ କେନ୍ଦ୍ରରେ ୨୫ଜଣ ସ୍ୱାସ୍ଥ୍ୟକର୍ମୀ ପଞ୍ଜିକୃତ ହେବେ । ଡ୍ରାଏ ରନ ପାଇଁ ବ୍ୟବହାର ହେବ କୋ-ଉଇନ ୱେବ ପୋର୍ଟାଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା