ସାଇବର ଠକ ଙ୍କ ଜାଲ ରେ ଲେଡି ଥାନା ଅଧିକାରୀ

ଭୁବନେଶ୍ୱର: ସାଇବର ଠକ ଙ୍କ ନଜର ଏବେ ଓଡ଼ିଶା ଉପରେ । ଓଡ଼ିଶା ବାହାରେ ରହି ଚଳାଉଛନ୍ତି ସାଇବର ଠକେଇ। ସେମାନଙ୍କ ପାଖରେ ପହଂଚି ପାରୁନି ଓଡ଼ିଶା ପୋଲିସ ।କେବଳ ତଦନ୍ତ ଜାରି ରହିଛି। ଏବେ ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ କାର୍ଯ୍ୟ ରତ ମହିଳା ଥାନା ଅଧିକାରୀ । ଜୟଦେବ ବିହାର ସ୍ଥିତ ଜିଏ କ୍ୱାଟର ରେ ରହୁଥିଲେ ମହିଳା ଥାନା ଅଧିକାରୀ ବିନୋଦିନୀ ନାୟକ । ପୁରା ଘଟଣା ଟି ଘଟିଥିଲା ୯ ତାରିଖ ସନ୍ଧ୍ୟା ୭ ଟା ସମୟରେ । ଅନ୍ ଲାଇନ୍ ରେ ଖାଦ୍ୟ ଅର୍ଡର କରି ଥିଲେ ସେ ତାଙ୍କ କହିବା ଅନୁସାରେ ଅନ୍ ଲାଇନ୍ ଖାଦ୍ୟ ଅର୍ଡର କରିବା ବେଳେ ଅନ୍ ଲାଇନ୍ ମାଧ୍ୟମ ରେ ପଇସା ମଧ୍ୟ ଦେଇଥିଲେ କିନ୍ତୁ କୌଣସି କାରଣରୁ ଅର୍ଡର୍ ଦେଇଥିବା ଖାଦ୍ୟ କୁ ସେ କ୍ୟାନସଲ୍ କରିଥିଲେ କିନ୍ତୁ କ୍ୟାନ୍ସଲ୍ କଲା ପରେ ମଧ୍ୟ ପଇସା ଫେରସ୍ତ ଆସିନଥିବା ଯୋଗୁଁ ସେ ଏକ ମେଲ୍ ଦେଇଥିଲେ ଉକ୍ତ ଖାଦ୍ୟ ଡେଲିଭରି ସଂସ୍ଥା କୁ ଆଉ ତାପରେ ପ୍ରାୟ କିଛି ସମୟ ବ୍ୟବଧାନ ମଧ୍ୟରେ ପ୍ରାୟତଃ ଏକ ଲକ୍ଷ ଟଙ୍କା ତାଙ୍କ ଏକାଉଣ୍ଟ୍ ରୁ ଗାୟବ ହୋଇଯାଇଥିଲା ।
ଏ ସବୁ ଘଟଣା ଘଟି ସାରିବା ପରେ ସେ ବ୍ୟସ୍ତ ବିବ୍ରତ ଓ ଭୟବିତ ଅବସ୍ଥା ରେ ଥାନା ର ଦ୍ବାରସ୍ଥ ହୋଇଥିଲେ ।

ଏ ନେଇ କମଶନରେଟ୍ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରି ତନାଘନା ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ