Before Header

ପୃଥିବୀ ଦିବସ

0 45

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ଦିନକୁ ଦିନ ବଢ଼ିଚାଲିଛି ଗ୍ଲୋବାଲ ୱାର୍ମିିଂ । ପ୍ରତିଟି ଦେଶ ଏବେ ପରିବେଶ ପ୍ରଦୂଷଣ ପାଇଁ ଚିନ୍ତାରେ । ଆଉ ସମସ୍ତଙ୍କୁ ଏଥିପ୍ରତି ସତର୍କ କରାଇବାକୁ ୧୯୭୦ ମସିହାରୁ ପାଳନ କରାଯାଉଛି ପୃଥିବୀ ଦିବସ । ପ୍ରତିବର୍ଷ ଏପ୍ରିଲ ୨୨ ତାରିଖରେ ଏହି ଦିବସ ବିଶ୍ୱର ପ୍ରତିଟି ଦେଶରେ ପାଳନ କରାଯାଏ । ତେବେ ପୃଥିବୀ ଦିବସ କଣ ଏନେଇ ବିସ୍ତୃତ ଭାବେ ଜାଣନ୍ତୁ ଏହି ରିପୋର୍ଟରେ । ପ୍ରତିଦିନ ବଢ଼ିବାରେ ଲାଗିଛ ପ୍ରଦୂଷଣ । ଯାହାକୁ ନେଇ ଚିନ୍ତାରେ ବିଶ୍ୱର ସମସ୍ତ ରାଷ୍ଟ୍ର । ଦିନକୁ ଦିନ ପ୍ରଦୂଷଣର ମାତ୍ରା ଏପରି ଭାବେ ବଢ଼ିବାରେ ଲାଗିଛି ଯେ, ବର୍ତ୍ତମାନ ଏହା ଏକ ବିତର୍କିତ ବିଷୟ ହୋଇ ସାରିଛି । ସେଥିପାଇଁ ତ ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବାୟୁପ୍ରଦୂଷଣ ଏକ ମୁଖ୍ୟ ବିଷୟ ବସ୍ତୁ ପାଲଟି ଥିଲା । ଆଉ ଏବେ ବାଇଡେନଙ୍କ ପ୍ରଶାସନ ମଧ୍ୟ ପ୍ରଦୂଷଣ ରୋକିବା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି ।

ବାଇଡେନ ମଧ୍ୟ ଶପଥ ପାଠ ପରେ ନିଜ ଅଫିସରେ ପ୍ରବେଶ କରିବା ମାତ୍ରେ ଏକ ବଡ଼ ଘୋଷଣା କରିଥିଲେ ଯେ, ପୃଥିବୀ ଦିବସ ଦିନ ୪୦ଜଣ ବିଶ୍ୱନେତାଙ୍କୁ ଏକାଠି କରି ଏକ ବୈଠକ କରିବେ । ପ୍ରତିବର୍ଷ ୨୨ ଏପ୍ରିଲକୁ ପୃଥିବୀ ଦିବସ ଭାବେ ପାଳନ କରାଯାଉଛି । ୧୯୭୦ ମସିହାରୁ ପାଳନ କରାଯାଉଛି । ପୃଥିବୀ ଦିବସ ପାଇଁ ୨୨ଏପ୍ରିଲ ତାରିଖ ନିର୍ଦ୍ଧାରିତ କରିବାର ମୁଖ୍ୟ କାରଣ ହେଉଛି, ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଶରତ ଋତୁ ଚାଲିଥାଏ । ପୃଥିବୀ ଦିବସ ପାଳନ କରିବାକୁ ପ୍ରଥମେ ଆମେରିକାର ସିନେଟ୍ ସଭ୍ୟ ଗେଲୋଡ଼ ନେଲସନ ଜାତିସଂଘରେ ପ୍ରସ୍ତାବ ଦେଇଥିଲେ । ୧୯୬୯ରେ କାଲିଫର୍ଣ୍ଣିଆରେ ହୋଇଥିବା ପ୍ରଦୂଷଣର ମାତ୍ରାକୁ ଦେଖି ସେ ଏହି ପ୍ରସ୍ତାବ ଦେଇଥିଲେ ।

ସେହିପରି ଏହି ଦିବସ ପାଳନ କେଉଁ ନାଁରେ ହେବ ତାହାର ପ୍ରସ୍ତାବ ଦେଇଥିଲେ ଜୁଲିୟନ କୋନିଗ । ଆଉ କୋନିଗଙ୍କ ଜନ୍ମ ଦିନ ଥିଲା ୨୨ ଏପ୍ରିଲ । ତେଣୁ ୧୯୭୦ ସମିହା ୨୨ଏପ୍ରିଲରେ ହିଁ ଆରମ୍ଭ ହୋଇଥିଲା ପୃଥିବୀ ଦିବସ । ପୃଥିବୀ ଦିବସ ପାଳନ କରିବାର ପ୍ରଥମ ବର୍ଷ ହିଁ ୨୦ମିଲିୟନ ଆମେରିକୀୟ ଦେଶ ଏଥିରେ ଭାଗ ନେଇଥିଲେ । ଯେଉଁଥିରେ ସମାଜର ପ୍ରତିଟି ଶ୍ରେଣୀ, ପ୍ରତିଟି ବର୍ଗର ଲୋକ ଭାଗ ନେଇଥିଲେ । ଆଉ ଏହି ଦିବସ ପାଳନ କରାଯିବା ପରେ ପରିବେଶ ସୁରକ୍ଷା ପ୍ରତି ସମସ୍ତେ ସଜାଗ ମଧ୍ୟ ହୋଇଥିଲେ । ତେବେ ଏହି ଦିବସ ଧିରେ ଧିରେ ଆଧୁନିକ ଆନ୍ଦୋଳନ ଆଡ଼କୁ ମଧ୍ୟ ଏକ ପ୍ରକାର ବାଟ ଦେଖାଇଥିଲା । କାରଣ ଏବେ ଦିନକୁ ଦିନ ବଢ଼ି ଚାଲିଥିବା ପ୍ରଦୂଷଣ ପାଇଁ କେବଳ ମଣିଷ ନୁହନ୍ତି ଜୀବଯନ୍ତୁଙ୍କର ମଧ୍ୟ ପ୍ରାଣ ହାନି ହେବାରେ ଲାଗିଛି । ପ୍ରକୃତି ପ୍ରେମୀ ମାନେ ଏହି ଦିବସର ଯଥାର୍ଥତା ବୁଝାଇବାକୁ ପ୍ରତିଦିନ ଚେଷ୍ଟା କରନ୍ତି । ପ୍ରତିଦିନ କୁଢ଼ ମୁଢ଼ ଆବର୍ଜନାକୁ ଏଣେ ତେଣେ ନପକାଇ ଏହାର ସଦୁପଯୋଗ କରିବାକୁ ମଧ୍ୟ ଚେଷ୍ଟା କରନ୍ତି ।

ସେହିପରି କାରଖାନାରୁ ନିର୍ଗତ ଧୁଆଁ ପ୍ରତିଦିନ ଗାଡ଼ିମଟରରୁ ବାହାରୁଥିବା ଧୁଆଁ ପରିବେଶ ଉପରେ ପକାଉଥିବା କୁପ୍ରଭାବ ବଢ଼ି ବଢ଼ି ଚାଲୁଛି ।ଏହାକୁ ରୋକିବା ଓ ବନ୍ୟଜନ୍ତୁଙ୍କ ଜୀବନ ରକ୍ଷା କରିବା ପାଇଁ ଏବେ ପରିବେଶ ପ୍ରେମୀ ମାନେ ଆନ୍ଦୋଳନରତ । ତେବେ ପରିବେଶ ଦିବସର ଲୋଗୋକୁ ନେଇ ମଧ୍ୟ ରହିଛି ଅନେକ ଯଥାର୍ଥ । ଏହି ଲୋଗୋ ଇ ଏବଂ ଓ କୁ ନେଇ ଗଠିତ । ଯାହାକି ଏନ୍ଭୋରନମେଣ୍ଟ ଏବଂ ଓ ଅରଗାନିଜିମକୁ ଦର୍ଶାଏ । ଏହି ଲୋଗୋ ଲସ ଏଞ୍ଜେଲେସ୍ର ଫ୍ରି ପ୍ରେସ୍ରେ ୭ନଭେମ୍ବର ୧୯୬୯ରେ ସ୍ଥାନ ପାଇଥିଲା । ପରିବେଶ ପ୍ରଦୂଷଣକୁ ନଜରରେ ରଖି ପ୍ରତିବର୍ଷ ଏହାର ଥିମରେ ମଧ୍ୟ ପରିବର୍ତ୍ତନ କରାଯାଉଛି । ଚଳିତବର୍ଷ ଥିମ ରହିଛି “ରିଷ୍ଟୋର ଆୱାର ଆର୍ଥ’’ । କରୋନା ମହାମାରୀ କବଳରେ ଆସି ପୃଥିବୀର ପରିବେଶରେ ଅନେକ ପରିବର୍ତ୍ତନ ହୋଇଛି । ଜୀବଯନ୍ତୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକ୍ୁ ନଜରରେ ରଖି ଏପରି ଥିମ ରଖାଯାଇଛି । ପରିବେଶ ପ୍ରଦୂଷଣ ପୃଥିବୀ ପାଇଁ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ପ୍ରତିଦିନ ପ୍ରଦୂଷଣ ପାଇଁ ଅନେ ରୋଗାଗସ୍ତ ହେଉଥିବା ବେଳେ ଅନେ ପ୍ରାଣ ହରାଉଛନ୍ତି । ଆଉ ଏପରି ସମୟରେ ପୃଥିବୀ ଦିବସ ପାଳନ ଲୋକଙ୍କ ମନରେ ସତର୍କତାର ବାର୍ତ୍ତା ବାଣ୍ଟିବ ନିଶ୍ଚୟ ।

Leave A Reply

Your email address will not be published.