Masthead

ସିବିଆଇ ନାମରେ ମିଥ୍ୟା ଗୁଜବ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଗତ ଜୁନ୍ ୧୪ତାରିଖରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁକୁ ୪ମାସ ବିତିଗଲାଣି । ମୃତ୍ୟୁର କାରଣ ଏବେ ମଧ୍ୟ ଅସ୍ପଷ୍ଟ । ଲାଗୁଛି ତଦନ୍ତ ଯେଉଁଠି ଥିଲା, ସେହି ସ୍ଥାନରେ ହିଁ ଅଟକି ଯାଇଛି ।
ସୁଶାନ୍ତଙ୍କ ମୃତ୍ୟୁକୁ ତାଙ୍କ ପରିବାର ଓ ଫ୍ୟାନମାନେ ସହଜରେ ଗ୍ରହଣ କରିପାରି ନଥିଲେ । ମୁମ୍ବାଇ ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସୁଶାନ୍ତଙ୍କୁ ହତ୍ୟା କରାଯାଇ ନାହିଁ, ସେ ଆତ୍ମହତ୍ୟା କରିଥିବା ମୁମ୍ବାଇ ପୋଲିସ କହିବା ପରେ ଆରମ୍ଭ ହୋଇଥିଲା ବିବାଦ । ସୁଶାନ୍ତଙ୍କ ପ୍ରଶଂସକଙ୍କ ସହ କିଛି ନେତା ଏବଂ ଅଭିନେତା ମୁମ୍ବାଇ ପୋଲିସର କଥାରେ ରାଜି ହୋଇନଥିଲେ । ମୁମ୍ବାଇ ପୋଲିସ ବିରୋଧରେ ଆରମ୍ଭ ହୋଇଥିଲା ବୟାନବାଜି ।

ମୃତ ସୁଶାନ୍ତଙ୍କ ବାପା କେ କେ ସିଂ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ । ପୁଅ ସୁଶାନ୍ତର ମୃତ୍ୟୁ ପାଇଁ ସେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦ।ୟୀ କରିଥିଲେ । କାରଣ ରିୟା ଓ ସୁଶାନ୍ତ ଲିଭିଇନରେ ରହୁଥିଲେ । ସୁଶାନ୍ତଙ୍କୁ ରିୟା ହତ୍ୟା କରିଥିବା ଅଭିଯୋଗ କରି କେ କେ ସିଂ ବିହାର ପୋଲିସରେ ଏଫ୍ଆଇଆର ରୁଜୁ କରିବା ପରେ ମାମଲାର ମୋଟ ବଦଳିଥିଲା । କେ କେ ସିଂ ଖାଲି ରିୟାଙ୍କୁ ଦାୟୀ କରିନଥିଲେ ବରଂ ତାଙ୍କ ପରିବାରକୁ ମାମଲାରେ ଛନ୍ଦି ଦେଇଥିଲେ । ସୁଶାନ୍ତଙ୍କ ଟଙ୍କା କାରବାର ପୁଅର ବାନ୍ଧବୀଙ୍କ ପରିବାର ଲୋକେ କରୁଥିବା କେ କେ ସିଂ ଏଫଆଇଆରରେ ଉଲ୍ଲେଖ କରିଥିଲେ ।
ଏଫଆଇଆର ପାଇବା ପରେ ବିହାର ପୋଲିସ ମାମଲା ଦରଜ କରିଥିଲା । ତଦନ୍ତ ପାଇଁ ବିହାର ପୋଲିସ ମୁମ୍ବାଇ ଯିବା ପରେ ଦୁଇ ରାଜ୍ୟର ପୋଲିସ ମଧ୍ୟରେ ଆରମ୍ଭ ହୋଇଥିଲା ଶୀତଳଯୁଦ୍ଧ । ବାଧ୍ୟ ହୋଇ ବିହାର ସରକାର ଏଥିରେ ହସ୍ତକ୍ଷେପ କରିଥିଲେ । ବିହାରର ପୁଅ ତଥା ପିଲ୍ମ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ବିହାର ସରକାର କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିଲା ସିବିଆଇ ତଦନ୍ତ ।
ପ୍ରତିଦିନ ଏହି ମାମଲାରେ ଏକ ନୂଆ ମୋଡ଼ ଆସିଥିଲା। ଟଙ୍କା କାରବାର ଅଭିଯୋଗ ହେତୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏବଂ ଡ୍ରଗ୍ସ ଲିଙ୍କ ଥିବାରୁ ଏନସିବି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ସମଗ୍ର ପରିବାରକୁ ପ୍ରଥମେ ଇଡି ଏବଂ ପରେ ଏନସିବି ପଚରାଉଚରା କରିଥିଲା। ଡ୍ରଗ୍ କାରବାର ହେତୁ ରିୟା, ତାଙ୍କ ଭାଇ ଶୋଭିକ୍ ଏବଂ ଅନ୍ୟମାନଙ୍କୁ ଜେଲ୍ ଯିବାକୁ ପଡିଲା। ପ୍ରାୟ ଏକମାସ ଜେଲରେ ରହିବା ପରେ ରିୟା ଚକ୍ରବର୍ତ୍ତୀ ଜାମିନ ପାଇଥିଲେ । ଏବେ ସେ ତାଙ୍କ ଘରେ ଅଛନ୍ତି।
ନିକଟରେ ଖବର ଆସିଲା ଯେ ସିବିଆଇ ଏହି ମାମଲାର ତଦନ୍ତ ଶେଷ କରିଛି ଏବଂ ଖୁବଶୀଘ୍ର ମାମଲାର ବନ୍ଦ ରିପୋର୍ଟ ଦାଖଲ ହୋଇପାରେ। ଏହି ରିପୋର୍ଟକୁ କାଳ୍ପନିକ ବୋଲି ସିବିଆଇ କହିଛି। ସିବିଆଇ ମୁଖପାତ୍ର ଆର.କେ ଗୌର କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଚାଲିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ